Latest Odisha News

BREAKING NEWS

ରାଜଦ୍ରୋହ ଅଭିଯୋଗରେ ୩ ଯୁବରାଜ ଅଟକ

ରିୟାଦ୍‌: ସାଉଦି ଆରବ ରାଜା ମେହମ୍ମଦ ବିନ ସଲମାନ (ଏମବିଏସ)ଙ୍କ ନିର୍ଦ୍ଦେଶକ୍ର ରାଜଦ୍ରୋହ ଅଭିଯୋଗରେ ସାଉଦି କର୍ତ୍ତୃପକ୍ଷମାନେ ଦୁଇ ଜଣ ବରିଷ୍ଠ ଯୁବରାଜ ସମେତ ରାଜପରିବାରର ତିନିଜଣ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଆମେରିକା ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରାଜ ପରିବାରର ଅଟକ ସଦସ୍ୟମାନେ ହେଉଛନ୍ତି ରାଜା ସଲ୍‌ମନ୍‌ଙ୍କ ଭାଇ ଯୁବରାଜ ଅହମଦ ଅବ୍‌ଦୁଲାଜିଜ୍‌-ସାଉଦ୍‌, ରାଜାଙ୍କ ପୁତୁରା ଯୁବରାଜ ମହମଦ୍ ବିନ୍ ନାୟେଫ୍‌। ରାଜଦ୍ରୋହ ଅଭିଯୋଗରେ ସେମାନଙ୍କୁ ଶୁକ୍ରବାର ପ୍ରତ୍ୟୁଷରୁ କଳା ପୋଷାକ ପିନ୍ଧିଥିବା ଓ ମୁହଁ ଆବୃତ କରିଥିବା ରାଜ ପ୍ରହରୀମାନେ ସେମାନଙ୍କୁ ଘରୁ ହାଜତକୁ ନେଇଯାଇଛନ୍ତି।

ସେମାନଙ୍କର ଘର ମଧ୍ୟ ତଲାସ କରାଯାଇଛି। କିନ୍ତୁ, ଏ ବିଷୟରେ ସାଉଦି ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାହେଲେ ଆଜୀବନ କାରାଦଣ୍ଡାଦେଶ ଭୋଗି ପାରନ୍ତି ।

Leave A Reply

Your email address will not be published.