ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି ହୋଇସାରିଛି । ମାର୍ଚ୍ଚ ୮ ଅଲରାଉଣ୍ଡର ହରମନପ୍ରୀତ କୌରଙ୍କ ଜନ୍ମଦିନ ହୋଇଥିବାରୁ ଟିମ୍ ଇଣ୍ଡିଆ ଅଧିନାୟିକାଙ୍କୁ ବିଜୟ ଉପହାର ଦେବାକୁ ଚାହିଁବେ । ଆଇସିସି ଅଫିସିଆଲ ୱେବାସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକଙ୍କ ଉପସ୍ଥିତ ନିଶ୍ଚିତ ଭାବେ ସ୍ମରଣୀୟ ହେବାକୁ ଯାଉଛି । ପପ ସିଙ୍ଗର କ୍ୟାଟ ପେରୀ ଫାଇନାଲ ଅବସରରେ ୨ଟି ଗୀତ ଗାଇବେ । ସେ ଉଭୟ ଦଳର ସଦସ୍ୟାଙ୍କୁ ଭେଟି ସାରିଛନ୍ତି । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ପାଗ ମେଘୁଆ ରହିବ ସତ କିନ୍ତୁ ବର୍ଷା ସମ୍ଭାବନା କମ୍ ଅଛି ।
BREAKING NEWS
- ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ
- ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର
- ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି
- ରେସଲର ବଜରଙ୍ଗ ପୁନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କଲା ନାଡା
- କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର
- ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ
- ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ
- ବ୍ରିଟିଶ ନାଗରିକ ଆକ୍ଷେପ କରି ରାହୁଲଙ୍କ ନାମାଙ୍କନ ପତ୍ର ରଦ୍ଦ ଦାବି
- ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ; ରାମଲଲାଙ୍କୁ କରିବେ ଦର୍ଶନ
- ମସଲା କିଣିଲା ବେଳେ ହୋଇଯାଆନ୍ତୁ ସାବଧାନ, ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ସିନ୍ଥେଟିକ୍ ରଙ୍ଗ