ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ ୫ମ ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ଭାରତ ପ୍ରଥମ ଥର ଏହି ସମ୍ମାନର ହକଦାର ହେବାକୁ ଚାହିଁବ । ପୂର୍ବରୁ ଟିମ୍ ଇଣ୍ଡିଆ ସେମି ଫାଇନାଲ ବାଧା ଅତିକ୍ରମ କରି ନ ଥିଲା ।
ଭାରତର ଶେଫାଳୀ ବର୍ମା ୧୬୧ ରନ ସଂଗ୍ରହ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗ୍ୟୁଜ ୮୫, ଦୀପ୍ତି ଶର୍ମା ୮୩ ଓ ସ୍ମୃତି ମାନ୍ଧାନା ୩୮ ରନ କରିଛନ୍ତ୍ି । ଅପରପକ୍ଷରେ ବିପକ୍ଷ ଦଳର ବେଥ ମୁନୀ ୧୮୧ ରନ ସଂଗ୍ରହ କରି ଶୀର୍ଷରେ ଅଛନ୍ତି । ଏଲିସା ହିଲେ ୧୬୧, ମେଗ ଲେନିଂ ୧୧୬ ଓ ରିଚେଲ ହେଂସ ୧୦୨ ରନ କରିଛନ୍ତି ।
ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ୯ ଉଇକେଟ ଅକ୍ତିଆର କରିଛନ୍ତି । ଶିଖା ପାଣ୍ଡେ ଓ ରାଧା ଯାଦବ ଯଥାକ୍ରମେ ୭ ଓ ୫ ଉଇକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ମେଗନା ସ୍କଟ ୯, ଜେସ ଜନଶନ ୭ ଓ ଜର୍ଜିଆ ୱାରହାମ ୩ ଉଇକେଟ ନେଇଛନ୍ତି ।ଭାରତର ଶେଫାଳୀ ବର୍ମା ଓ ଅଷ୍ଟ୍ରେଲିଆର ବେଥ ମୁନୀଙ୍କୁ ଟ୍ରମ୍ପ କାର୍ଡ କୁହାଯାଉଛି ।
BREAKING NEWS
- Ignou: ଫେବୃଆରୀ ୨୮କୁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି
- ଯାଜପୁର ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣାରେ ସିଲ୍ ହେବ ନର୍ସିଂହୋମ୍
- ବିଧାନସଭା ବଜେଟ ଅଧିବେଶନ ଆରମ୍ଭ: ‘ଓଡିଶା ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ’
- Indore MBA Student Murder Case: ଭଲ ପାଇବା ଏମିତି ବି!…ଟାଙ୍କୁରି ଉଠୁଛି ଲୋମ…
- ‘କେରଳ ନିର୍ବାଚନରେ ଜିତିବ ନାହିଁ କଂଗ୍ରେସ… ପରବର୍ତ୍ତୀ ବୈଦେଶିକ ମନ୍ତ୍ରୀ ହେବାକୁ ଚାହାଁନ୍ତି ଥରୁର’
- PM Welcomes President Macron: ରାଫେଲ…ରଣନୀତି…ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ‘ପ୍ରିୟ ବନ୍ଧୁ ମୁମ୍ବାଇରେ ଖୁବଶୀଘ୍ର ଦେଖା…’
- ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: ଜୁଆ ଆଡ୍ଡାରେ ଚଢ଼ାଉ, ୨୦ ଗିରଫ
- ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର
- ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଅଭିଯୁକ୍ତ ଘର ନିକଟରୁ ନବଜାତ କନ୍ୟା ଉଦ୍ଧାର
- Odisha Weather: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
Comments are closed.