ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଘନ ଘନ ଚଢ଼ାଉ । ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍ଆଇଆର୍ ଆଧାରରେ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି । ଆଜି ମୁମ୍ବାଇ ସ୍ଥିତ ଡିଏଚ୍ଏଫ୍ଏଲ, ଆର୍କେଡବ୍ଲୁ ଡେଭଲପର୍ସ ଏବଂ ଡୁଇଟ ଅର୍ବାନ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ ଆଦି କମ୍ପାନୀର ମାଲିକାନା ସହ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ରାଣା କପୁରଙ୍କ ବାସ ଭବନରେ ରେଡ୍ ହୋଇଛି । ୟେସ୍ ବ୍ୟାଙ୍କରୁ ଋଣ ପାଇବାକୁ ଡଏଚ୍ଏଫ୍ଏଲ୍ ରାଣା କପୁରଙ୍କ ପରିବାରକୁ ୬ଶହ କୋଟି ଟଙ୍କା ଲଂଚ ଦେଇଥିବା ଅଭିଯୋଗ ହୋଇଥିଲା । ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି ଯେ, ୨୦୧୮ ଏପ୍ରିଲରୁ ଜୁମ୍ ମାସ ମଧ୍ୟରେ ଏହି ଦୁର୍ନୀତି ଆରମ୍ଭ ହୋଇଥିଳା । ଏହି ସମୟରେ ୟେସ୍ ବ୍ୟାଙ୍କ ଡିଏଚ୍ଏଫ୍ଏଲ୍’ର ସ୍ପଳ୍ପ ମିଆଦି ଡିବେନ୍ଚରର୍ସରେ ୩୭୦୦ କୋଟି ଟଙ୍କା ବିନିଯୋଗ କରିଥିଲା ବୋଲି ସୂଚନା ମିଳିଛି ।
BREAKING NEWS
- ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
- ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
- ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ
- ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର
- କାଙ୍ଗାଳ ହୋଇଯିବ କି ନେପାଳ?
- ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା
- ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା
- ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍
- ରଣକ୍ଷେତ୍ରର ନାଁ ଯାଜପୁର !
- ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
Comments are closed.