Latest Odisha News

BREAKING NEWS

ବିଧାନସଭାରେ ବାୟୋମେଟ୍ରିକ ବନ୍ଦ, କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ ଭୂତାଣୁ କରୋନା ନିଜ କାୟା ମେଲାଇଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାଠାରୁ ନିଜକୁ ଦୂରେଇ ରଖିବା ପାଇଁ ବିଧାନସଭାରେ ବାୟୋମେଟ୍ରିକ ବନ୍ଦ କରାଯାଇଛି । ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଏନେଇ ଆଡ୍‌ଭାଇଜରି ଜାରି କରାଯାଇଛି ।କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାପନ ବନ୍ଦ କରାଯାଇଛି । ଏଣିକି ରେଜିଷ୍ଟରରେ ଉପସ୍ଥାପନ ଦେବେ କର୍ମଚାରୀ । କାର୍ଯ୍ୟାଳୟରେ ଏକାଠି ହୋଇ ସଭାସମିତି କରିପାରିବେ ନାହିଁ । କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ । ଥଣ୍ଡା, ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରିବେ । ଚିକିତ୍ସା ପାଇଁ ବିଧାନସଭା ଡିସପେନସରୀ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ । କାର୍ଯ୍ୟାଳୟ ପରିସ୍କାର ପାଇଁ ଟେବୁଲ, କମ୍ପ୍ୟୁଟର, ଫୋନ୍ ଅନ୍ୟ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ । କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣ ନ ପକାଇ ଡଷ୍ଟବିନ୍‌ରେ ପକାଇବାକୁ ପରମର୍ଶା ଦିଆଯାଇଛି ।

Comments are closed.