Latest Odisha News

ଭାରତରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ

ନୂଆଦିଲ୍ଲୀ: ମହାମାରୀ ଘୋଷିତ ହୋଇଥିବା ନଭେଲ କରୋନା ଭାଇରସ ସଂକ୍ରମିତ ଦିଲ୍ଲୀର ଜଣେ ୬୮ ବର୍ଷୀୟା ମହିଳା ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିବା ବେଳେ ଭାରତରେ କରୋନା ଭୁତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦୁଇ ରେ ପହଞ୍ଚିଛି ।

ଏହି ମହିଳା ଜଣଙ୍କୁ ବିଦେଶଯାତ୍ରାରୁ ଫେରିଥିବା ତାଙ୍କ ପୁଅ ଠାରୁ ଏହି ଭାଇରସ ସଂକ୍ରମଣ ହୋଇଥିବା ଜଣାପଡିଛି । ମହିଳାଙ୍କ ପୁଅ ଯିଏ ନିଜେ ଏହି ମାରାତ୍ମକ ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି ସେ ଫେବୃୟାରୀ ମାସରେ ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତରୁ ଦିଲ୍ଲୀ ଫେରିଥିଲେ ।

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ରେ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିବା ଏହି ମହିଳା କରୋନା ଭୁତାଣୁ ପଜିଟିଭ ରହିଥିବା ପରୀକ୍ଷାରୁ ଜଣାପଡିଥିଲା ।

ସୋମବାର ଠାରୁ ନିମୋନିଆ ଓ ଶ୍ଵାସ ନେବାରେ ଅସୁବିଧା ଯୋଗୁଁ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁ ରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।

୨୪ ଘଣ୍ଟା ମଧ୍ୟରେ ଭାରତରେ ଏହା କରୋନା ସଂକ୍ରମିତ ଦ୍ଵିତୀୟ ମୃତ୍ୟୁ ଘଟଣା । ଏଥିପୂର୍ବରୁ କର୍ଣ୍ଣାଟକର କାଲବର୍ଗୀର କରୋନା ଭୁତାଣୁ ସଂକ୍ରମିତ ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।

Comments are closed.