ପୁରୀ: କରୋନା ମୁକାବିଲା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି ନିଆଯାଇଛି । ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ଏକାଠି ଦର୍ଶନ ନକରି ଧାଡିରେ ଆସି ଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶ୍ରୀମନ୍ଦିରରେ ପୂଜା ବେଳେ ସେବାୟତମାନେ ମାସ୍କ ପିନ୍ଧିବେ ବୋଲି ନିଷ୍ପତ୍ତି ହୋଇଛି ।
ଏଥିସହ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଭକ୍ତମାନେ ଛୁଇଁବା ମନା ହୋଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଜଗମୋହନ ଓ ଅରୁଣ ସ୍ତମ୍ଭ ନିକଟରେ ଅଧିକ ଭିଡ ଉପରେ କଟକଣା ଜାରି କରାଯାଇଛି । ଅତ୍ୟନ୍ତ ଜରୁରୀ ନଥିଲେ ଏପ୍ରିଲ ୧ ଯାଏଁ ପୁରୀ ନଆସିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି ।
ଶ୍ରୀମନ୍ଦିର ଭିତରେ ଓ ବାହାରେ ପାନ ଛେପ ପକାଇବା ମନା ହୋଇଛି । ଭକ୍ତମାନେ ହାତ ଧୋଇବା ପାଇଁ ହ୍ୟାଣ୍ଡ ସାନିଟାଇଜର ଓ ସାବୁନ ବ୍ୟବସ୍ଥା କରାଯିବ । ଭକ୍ତମାନେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଛୁଇଁବା ମନା ହୋଇଛି । ସେହିପରି ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି ସମସ୍ତ ପ୍ରତିବନ୍ଧକ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
BREAKING NEWS
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

Comments are closed.