ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟର୍ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଟ୍ୱିଟର୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ସତର୍କତା ଟିପ୍ସ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେତେ ସତର୍କତା ଅବଲମ୍ବନ କରିବାକୁ ହେବ ସେ ନେଇ ପରାମର୍ଶ ଦେଇଛନ୍ତି ନବୀନ ।
ଟ୍ୱିଟ୍ କରି ନବୀନ ଲେଖିଛନ୍ତି ଯେ, ସାମାଜିକ ଦୂରତା କରୋନା ଭୂତାଣୁ ସଂକ୍ରମଣକୁ ରୋକିବ । ଥଣ୍ଡା କିମ୍ବା କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ଅତି କମ୍ରେ ୧ ମିଟର ଦୂରତାରେ ରୁହନ୍ତୁ । ଧାର୍ମିକ କାର୍ଯ୍ୟ, ବିବାହ କାର୍ଯ୍ୟ ଆଦି ଠାରୁ ଦୂରେଇ ରୁହନ୍ତୁ । ହୋମ ଆଇସୋଲେସନ୍ରେ ରୁହନ୍ତୁ ବୋଲି ନବୀନ ନିବେଦନ କରିଛନ୍ତି ।
କରୋନା ସଂକ୍ରମଣରୁ ରକ୍ଷା ପାଇଁ ସରକାର ଜାରି କରିଥିବା ସ୍ୱାସ୍ଥ୍ୟ ସଚେତନତା ପାଳନ କରନ୍ତୁ। କରୋନା ସଂକ୍ରମିତ ଅଂଚଳ ଗସ୍ତ କରିଥିଲେ ବା କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ କିମ୍ବା ଜ୍ୱର,କାଶର ଲକ୍ଷଣ ଦେଖାଗଲେ ସ୍ୱତନ୍ତ୍ର ଗୃହରେ ରୁହନ୍ତୁ। ଏହି ସ୍ୱତନ୍ତ୍ର କକ୍ଷ (ପୃଥକୀକରଣ କକ୍ଷ) ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଅନ୍ତୁ। pic.twitter.com/R0tuOCSfgx
— Biju Janata Dal (@bjd_odisha) March 16, 2020
ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏକ ସଚେତନ ଧର୍ମୀ ଭିଡିଓକୁ ମଧ୍ୟ ଟ୍ୱିଟର୍ରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.