Latest Odisha News

ମାସ୍କ ଓ ସାନିଟାଇଜର କଳାବଜାରୀ: ଯାଜପୁରର ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ

ଯାଜପୁର: କରୋନା ଆଁ ରେ ସାରା ବିଶ୍ୱ। ଏଥିରୁ ବର୍ତ୍ତିବା ପାଇଁ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜରର ବ୍ୟବହାର କରିବାକୁ ପରାମର୍ଶ ପ୍ରଦାନ କରାଯାଉଛି ।

ସେଥିପାଇଁ ବର୍ତ୍ତମାନ ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା ମଧ୍ୟ କରାଯାଇଛି। କିନ୍ତୁ ଏହି ଘଡିସନ୍ଧି ମୁହୂର୍ତ୍ତର ଫାଇଦା ଉଠାଉଛନ୍ତି କିଛି ଔଷଧ ଦୋକାନୀ। ପ୍ରାୟ ଅନେକ ସ୍ଥାନରେ ମାସ୍କ ଓ ସାନିଟାଇଜରକୁ ଔଷଧ ଦୋକାନୀ ମାନେ ମାତ୍ରାଧିକ ମୂଲ୍ୟରେ ବିକ୍ରି କରୁଛନ୍ତି ।

ଆବଶ୍ୟକ ସାମଗ୍ରୀ ମାସ୍କ, ହ୍ୟାଣ୍ଡ ୱାସ, ସାନିଟାଇଜର ଆଦି ଜିନିଷର କଳାବଜାରୀ କରାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଗତ କିଛି ଦିନ ହେବ କରୋନା ସତର୍କତା ପାଇଁ ବଜାରେ ମିଳୁଥିବା ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ମୂଲ୍ୟ ହଠାତ ବଢ଼ି ଯାଇଥିଲା । ଏହାର ଫାଇଦା କେତେକ ବ୍ୟବସାୟୀ ଉଠାଇଥିଲେ ।ଏନେଇ ସୋମବାର ବ୍ୟାସନଗର ସହରର ବିଭିନ୍ନ ଔଷଧ ଦୋକାନ ଉପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଡ୍ରଗ୍ ଇନିସପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ର ଚଢାଉ ଜାରି ରହିଛି।

Leave A Reply

Your email address will not be published.