Latest Odisha News

BREAKING NEWS

କରୋନା ସଂକ୍ରମଣ ନେଇ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ଜାରି କଲା ବିଏମସି

ଭୁବନେଶ୍ବର: କରୋନା ସଂକ୍ରମଣ ଜନିତ ବିପଦକୁ ଆଖିରେ ରଖି ସହରରେ ରହିଥିବା ବିଭିନ୍ନ ମନ୍ଦିର ଓ ଅନ୍ୟ ଧାର୍ମିକ ପ୍ରତିଷ୍ଠାନ ଗୁଡିକ ପାଇଁ ଏସଓପି ବା ଗାଇଡ୍ ଲାଇନ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।

କଫ, ଜ୍ୱର କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କୌଣସି ପୂଜାରୀ, କର୍ମଚାରୀ ବା ଅନ୍ୟ ବ୍ୟକ୍ତିବିଶେଷ ଧର୍ମାନୁଷ୍ଠାନ ପରିସରକୁ ନଯିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି । ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେବା ପାଇଁ ଏହି ନିର୍ଦେଶାବଳୀରେ କୁହାଯାଇଛି ।

ସେହିଭଳି ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ସେଠାକୁ ଆସୁଥିବା ଲୋକଙ୍କ ପାଇଁ ସେହି ପରିସରରେ ଉପଯୁକ୍ତ ଭାବରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି ।

ଏଥିସହିତ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଉଥିବା ସତର୍କ ସୂଚନା ସବୁକୁ ସମ୍ପୃକ୍ତ ଧର୍ମାନୁଷ୍ଠାନ ଏକ ଡିସପ୍ଲେ ବୋର୍ଡ଼ ଅଥବା ଫ୍ଲେକ୍ସ ବ୍ୟାନରରେ ପ୍ରଦର୍ଶିତ କରିବା ବ୍ୟବସ୍ଥା କରିବେ ।

ସମସ୍ତ ଧର୍ମାନୁଷ୍ଠାନ ପକ୍ଷରୁ ଜନଗହଳି ହେବା ଭଳି କୌଣସି ପ୍ରକାରର ଭୋଜି ଅଥବା ଗଣ ପ୍ରସାଦ ସେବନ ବ୍ୟବସ୍ଥା ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଯେତେସମ୍ଭବ ଜନ ସମାଗମ କମ କରିବାପାଇଁ ବିଏମସି ପକ୍ଷରୁ ସମସ୍ତ ଧାର୍ମିକ ପ୍ରତିଷ୍ଠାନ ଗୁଡିକୁ ସୂଚିତ କରାଯାଇଛି ।

ଏହି ସମସ୍ତ ନିର୍ଦ୍ଦେଶାବଳୀ ବିଏମସି ପକ୍ଷରୁ ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ ଏବଂ ଓଡିଶା କୋଭିଡ-୧୯ ରିଜଲ୍ୟୁସନ ୨୦୨୦ର ଧାରା ୩ ଓ ୧୧ ଆଧାରରେ ଜାରି କରାଯାଇଛି ।

Leave A Reply

Your email address will not be published.