Latest Odisha News

BREAKING NEWS

କରୋନାଭାଇରସ ଭୟ: ମାର୍ଚ୍ଚ ୩୧ ଯାଏଁ ତାଜମହଲ ସମେତ କେଉଁସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳୀକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଉଛି ।

ସାରା ଦେଶରେ କରୋନାଭାଇରସ ବ୍ୟାପୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍ ।ଏଥିମଧ୍ୟରେ ରହିଛି ତାଜମହଲ, ଲାଲ କିଲ୍ଲା ଭଳି ବହୁ ପର୍ଯ୍ୟଟନସ୍ଥଳୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳ ସହ କେନ୍ଦ୍ରୀୟ ସଂଗ୍ରହାଳୟକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବା ସହ ସାମାନ୍ୟ କଟକଣା ମଧ୍ୟ ଜାରି କରାଯାଇଛି । ଏଏସଆଇ ଅନ୍ତର୍ଗତ ମୋଟ୍ ୩୭୦୦ ଐତିହ୍ୟସ୍ଥଳୀ ରହିଛି ।

ଉଲ୍ଲେଖଯୋଗ୍ୟ, କୁହାଯାଉଛି ଯେ ଇତିହାସରେ ତୃତୀୟ ଥର ଲାଗି ତାଜମହଲ ବନ୍ଦ ହେବ । ଏହାପୂର୍ବରୁ ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀ ତାଜମହଲ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ସମୟରେ, ପରେ ୧୯୭୮ ମସିହାରେ ହୋଇଥିବା ବନ୍ୟା ସମୟରେ ବନ୍ଦ ରହିଥିଲା ।

Comments are closed.