Latest Odisha News

ବିଦେଶରେ ଫସିଛନ୍ତି ଭାରତର ଷ୍ଟାର ଆଥଲେଟ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତରେ କେତେକ ଷ୍ଟାର ଆଥଲେଟ ବିଦେଶକୁ ପ୍ରଶିକ୍ଷଣ ଏବଂ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଇ ଫସିଯାଇଛନ୍ତି । ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛି । ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର  ଜ୍ୟାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ଥିବା ଶିବପାଲ୍ ସିଂହ ମଧ୍ୟ ଭାରତ ଫେରିବେ ବୋଲି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ  ପକ୍ଷରୁ କୁହାଯାଇଛି । ତୁର୍କୀରୁ ଆସିବାକୁ ଥିବା ଖେଳାଳି ବୁଧବାର ସକାଳେ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିବାକୁ ଥିବା ଖେଳାଳି ଶନିବାର ଭାରତରେ ପହଞ୍ଚିବେ । ତୁର୍କୀରେ ନୀରଜ ଓ ରୋହିତ୍ ଯାଦବ ଜର୍ମାନୀର ବାୟୋମେକାନିକ୍ ବିଶେଷଜ୍ଞ କ୍ଲସ୍ ବାର୍ଟୋନିଜ ଏବଂ ଫିଜିଓ ଈଶାନ୍ ମରୱାହାଙ୍କ ସହ ଅଭ୍ୟାସ କରୁଥିଲେ। ସେହିପରି ଦକ୍ଷିଣ ଆଫ୍ରିକାରେ ଶିବପାଲଙ୍କ ସହ ଅନ୍ନୁ ରାନୀ, ବିପିନ କାସାନ୍ ଓ ଅର୍ଶଦୀପ ସିଂହ କୋଚ୍ ଉୱି ହନଙ୍କ ସହ ଅଛନ୍ତି।

Leave A Reply

Your email address will not be published.