Latest Odisha News

BREAKING NEWS

‘ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରୁଛି’ : ବିଜେପି ସାଂସ୍କୃତିକ ପ୍ରକୋଷ୍ଠ

ଭୁବନେଶ୍ୱର: କରୋନା ସଙ୍ଗୀତ ଗାଇ ବିବାଦକୁ ଆସିଥିବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତ ପ୍ରସ୍ତୁତ କରିଥିବା ମ୍ୟୁଜିକ କମ୍ପାନିକୁ ବିଜେପିର ବିରୋଧ । କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ମନୋରଂଜନ ପାଇଁ କରୋନାକୁ ଏକ ଝିଅ ସହ ତୁଳନା କରିବା ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ପକ୍ଷରୁ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ପିଙ୍କି ପ୍ରଧାନ ।

ବିଜେଡି ନାରୀଙ୍କୁ ସମ୍ମାନ କରିବା କଥା କହୁଥିବାବେଳେ ଦଳର ସଦସ୍ୟ ହ୍ୟୁମାନ ସାଗର ନାରୀ ଜାତିକୁ ଅସମ୍ମାନ କରିଛନ୍ତି । ଏ ନେଇ ବିଜେଡି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି ।

Leave A Reply

Your email address will not be published.