Latest Odisha News

BREAKING NEWS

କାଶ୍ମୀର ଘାଟିରେ ସୁଟିଂ କଲେ ଅନୁଭବ, ପୂଜାରେ ଆସୁଛି ‘ପ୍ରେମକୁମାର’

ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ଏବେ ଏବେ କାଶ୍ମୀର ଘାଟିରେ ତାଙ୍କର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମକୁମାର’ର ସୁଟିଂ ସାରି ଫେରିଛନ୍ତି । ଏବେ ଅନୁଭବ ଦିଲ୍ଲୀର କିଛି ସ୍ଥାନରେ ଏହି ସିନେମାର ଅବଶିଷ୍ଟ ସୁଟିଂରେ ବେଶ୍ ବ୍ୟସ୍ତ ରହିଛନ୍ତି । ବିଶିଷ୍ଟ ଓଲିଉଡ଼ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ଦୁର୍ଗାପୂଜାରେ ରିଲିଜ୍ ହେବାକୁ ଯାଉଛି ।

ଓଲିଉଡରେ ଷ୍ଟଣ୍ଟହିରୋ ଭାବେ ବେଶ୍ ପରିଚିତ ଅନୁଭବ ‘ପ୍ରେମକୁମାର’ରେ ତାଙ୍କର  ଶ୍ରେଷ୍ଠ ଅଭିନୟ ଦେଖାଇବାକୁ ଯାଉଛନ୍ତି । ଏବେ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଘାଟିରେ ଖୁବ୍ କଷ୍ଟସାଧ୍ୟ ସୁଟିଂ କରିଛନ୍ତି ଅନୁଭବ ।

ଅନୁଭବ କିଛି ମାସ ପୂର୍ବରୁ ଏକ ସିନେମା ସୁଟିଂ ସମୟରେ ଏକ ବିପଦପୂର୍ଣ୍ଣ ଫାଇଟିଂ ସୁଟିଂ ସମୟରେ ଆହତ ହୋଇଥିଲେ । ତେବେ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲେ ବି ଅନୁଭବ ‘ପ୍ରେମକୁମାର’ରେ ଜୀବନ୍ତ ଅଭିନୟ କରିପାରିଛନ୍ତି ।

ତେବେ କଥାହେଲା, ଅନୁଭବ ଖାଲିଯେ, ଓଲିଉଡର ନଂ ୧ ହିରୋ ତାହା ନୁହେଁ ବରଂ ସେ ମଧ୍ୟ ଜଣେ ସାଂସଦ । ଜମ୍ମୁ ଓ କାଶ୍ମୀରରେ ଏହି ସପ୍ତାହରେ ଆତଙ୍କୀ ହମଲାରେ କିଛି ନିରାପତ୍ତା କର୍ମୀ କାଶ୍ମୀର ଆତଙ୍କବାଦୀଙ୍କ ଦ୍ୱାରା ସହିଦ ହୋଇଥିଲେ । ଅନୁଭବଙ୍କର ଅଶାନ୍ତ କାଶ୍ମୀର ଘାଟିରେ ‘ପ୍ରେମକୁମାର’ ସୁଟିଂ ହେବା ନେଇ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ବେଶ୍ ଚିନ୍ତାରେ ରହିଥିଲେ । କିନ୍ତୁ ଅନୁଭବଙ୍କ କାଶ୍ମୀର ଗସ୍ତରେ ଏବଂ ସୁଟିଂ ସମୟରେ ଖାସ୍ ଅନୁଭବଙ୍କ ଲାଗି କଡ୍ଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ପ୍ରେମକୁମାରର ନିର୍ଦ୍ଦେଶକ ତାପସ ସରଘରିଆଙ୍କ କହିବାନୁଯାୟୀ, ଏହି ଫିଲ୍ମର ଅଭିନେତା ଅନୁଭବ ଏବଂ ନାୟିକା ଶିବାନୀ ସଙ୍ଗୀତାଙ୍କର ଏହି କାଶ୍ମୀର ଘାଟିରେ ଏକ ଗୀତର ସୁଟିଂ ହୋଇଥିଲା ।

ଅନୁଭବ ବେଶ୍ ସୁନ୍ଦର ଅଭିନୟ କରିଛନ୍ତି ଏହି ଫିଲ୍ମଟିରେ । କିଛି ଦୃଶ୍ୟରେ ଖୁବ୍ ଆଗ୍ରେସିଭ୍ ଏବଂ କିଛି ଦୃଶ୍ୟରେ ବେଶ୍ ମଜ୍ଜାଦାର ଅଭିନୟ କରିଛନ୍ତି ଅନୁଭବ ।

ପ୍ରକୃତରେ କାଶ୍ମୀର ଘାଟିରେ ଏହି ପରିସ୍ଥିତିରେ ସୁଟିଂ କରିବା ଟିକେ କଷ୍ଟକର ।

ତେବେ ଅନୁଭବ ଏଠାରେ ତାଙ୍କର ସୁଟିଂ ଶେଷ କରି ଦିଲ୍ଲୀରେ ଏବେ ସୁଟିଂ କରୁଛନ୍ତି । ଦିଲ୍ଲୀର କିଛି ସ୍ଥାନରେ ଏହି ଫିଲ୍ମର ସୁଟିଂ ଚାଲିଛି ।

ଆସନ୍ତା ପୂଜାରେ ରିଲିଜ୍ ହେବାକୁ ଯାଉଥିବା ତରଙ୍ଗ ସିନେ ପ୍ରଡ଼କ୍ସନ ଦ୍ୱାରା ନିର୍ମିତ ‘ପ୍ରେମକୁମାର’ରେ ଅନୁଭବଙ୍କ ସହିତ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ତମନ୍ନା ଅଭିନୟ କରୁଛନ୍ତି ।

Leave A Reply

Your email address will not be published.