ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣ ଭୟରେ ରାଜ୍ୟ ସରକାର ଏସସି/ଏସଟି ବିକାଶ ବିଭାଗ ଅଧିନରେ ଥିବା ସମସ୍ତ ସ୍କୁଲକୁ ମାର୍ଚ୍ଚ ୨୫ରୁ ଜୁନ୍ ୧୬ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏସସି/ଏସଟି ପିଲାଙ୍କ ମାତାପିତା ଓ ଅଭିଭାବକଙ୍କୁ ୩ ମାସର ଅଗ୍ରୀମ ଛାତ୍ରବୃତ୍ତି ଦେବାକୁ ନେଇ ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚିତ କରାଯାଇଛି । ଏଥିପାଇଁ ଏସସି/ଏସଟି ବିକାଶ ବିଭାଗ ଶିକ୍ଷାନୁଷ୍ଠାନ ଗୁଡିକୁ ୧୪୩.୩୦ କୋଟି ଟଙ୍କା ପ୍ରଦାନ କରିବ ।
ପିଲାଙ୍କୁ ଛାତ୍ରବୃତ୍ତି ବିତରଣ ସମୟରେ ସମସ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକ ଠାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବାକୁ ନେଇ ଗୃହ ବିଭାଗକୁ ଚିଠି ଲେଖି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ରଞ୍ଜନା ଚୋପ୍ରା ଅନୁରୋଧ କରିଛନ୍ତି ।
Comments are closed.