Latest Odisha News

BREAKING NEWS

ଝାରସୁଗୁଡାରେ ଶ୍ୱଶୁରଙ୍କ ଉନ୍ମତ୍ତ କାଣ୍ଡ, କିରୋସିନ ଢାଳି ଜାଳି ଦେଲେ ବୋହୂକୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଜଣେ ଶ୍ୱଶୁର ଅତି ନିର୍ଦୟ ଭାବେ ନିଜ ବିଧବା ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାନେଇ ଜଣାପଡିଛି ।

ମୃତ ମହିଳାଙ୍କ ନାମ ରୁକ୍ମଣୀ ରୋହିଦାସ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଭାଲୁପତ୍ରରେ ରହୁଥିବା ବନମାଳି ରୋହିଦାସଙ୍କ ପୁତ୍ର ଶୁଖାରାମ ରୋହିଦାସ ସମ୍ବଲପୁରର ଝିଅ ରୁକ୍ମଣୀକୁ ବିବାହ କରିଥିଲେ । ଗତ ୪ ମାସ ତଳେ ଶୁଖାରାମଙ୍କ ଦେହାନ୍ତ ହୋଇଥିବାବେଳେ ରୁକ୍ମଣୀ ଶ୍ୱଶୁର ଘରେ ରହି ଆସୁଥିଲେ ।

ଅନ୍ୟପକ୍ଷରେ ଗତକାଲି ରାତିରେ କୌଣସି ଘଟଣାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବନମାଳି ବୋହୂ ଉପରେ କିରୋସିନ ଢାଳି ନିଆଁ ଲାଗାଇ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଗୁରୁତର ଅବସ୍ଥାରେ ରୁକ୍ମଣୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ବୟାନ ରେକର୍ଡ କରାଯାଇଥିଲା । ଏଥିରେ ସେ ତାଙ୍କ ଉପରେ ଶ୍ୱଶୁର କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ନେଇ କହିଥିଲେ ।
ଅନ୍ୟପକ୍ଷରେ ଚିକିତ୍ସାଧିନ ଅବସ୍ଥାରେ ରୁକ୍ମଣୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିବା ବେଳେ ଏନେଇ ତାଙ୍କ ପରିବାର ପକ୍ଷରୁ ଲାଇକେରା ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି ।

Leave A Reply

Your email address will not be published.