ଭୁବନେଶ୍ୱର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏନେଇ ସେ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି ଠାରୁ ଏକ ସପ୍ତାହ ଯାଏଁ ୫ ଜିଲ୍ଲା ଓ ୭ ସହର ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ତେବେ ଏହି ଲକ୍ ଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଗୁଡିକ ଚାଲୁ ରହିବ । ବସ୍ , ଟ୍ରେନ୍, ବିମାନ ସେବା ଆଦି ଚଳାଚଳ ହେବ । ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ୍ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ମଧ୍ୟ ଖୋଲା ରହିବ।
ସେହିପରି ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସିପାଲିଟି ସେବା, ଅଗ୍ନିଶମ ସେବା, ଓଡିଆର୍ଏଏଫ୍, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ମଧ୍ୟ ଚାଲୁ ରହିବ । ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।
ଆସନ୍ତାକାଲି ଠାରୁ ମାର୍ଚ୍ଚ ୨୯ ରାତି ୯ ଯାଏଁ ୫ ଜିଲ୍ଲାର ସବୁ ସହର ଓ ଗାଁ ବନ୍ଦ ରହିବ । ଏହାସହ ସମ୍ବଲପୁର, ଝାରସୁୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ଼୍ ଓ ଯାଜପୁର ଟାଉନ୍ ସମ୍ପୂର୍ଣ୍ଣ ବନ୍ଦ ରହିବ ।
BREAKING NEWS
- Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ
- ନିର୍ବାଚନ କମିଶନଙ୍କୁ ନେଇ କ’ଣ ରହିଛି ବିବାଦ ? କିପରି ଟାର୍ଗେଟକୁ ଆସିଲେ CEC ଜ୍ଞାନେଶ କୁମାର
- ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ: ରୋହିତ, କୋହଲିଙ୍କ ଯୋଗୁ ଟିକେଟ ଚାହିଦା ବୃଦ୍ଧି
- ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ ଟ୍ୟାକ୍ସି’
- ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ
- ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
- ରାତିରେ ଉପକୂଳରେ ତାଣ୍ଡବ ରଚିପାରେ ବାତ୍ୟା: ସମୁଦ୍ର ଯିବାକୁ ବାରଣ, ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍ରେ
- Asian Games 2026 badminton:ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ;୪୦ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଏଭଳି ଘଟିଲା…
- ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇପିଏଲ୍ ଅକ୍ସନ୍
- ୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ କରୁଛି ଦିୱାନା

Comments are closed.