Latest Odisha News

BREAKING NEWS

କୋଭିଡ-୧୯: କ୍ୱାରେଣ୍ଟାଇନ ପ୍ରୋଟୋକଲ ଭାଙ୍ଗିଲେ ଭାରତୀୟ ମହିଳା ବକ୍ସର ମେରିକମ୍

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦ୍ୱାରା ଜାରି ହୋଇଥିବା ୧୪ ଦିନିଆ କ୍ୱାରେଣ୍ଟାଇନ ପ୍ରୋଟୋକଲକୁ ଭାରତୀୟ ମହିଳା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରିକମ୍ ଅମାନ୍ୟ କରିଛନ୍ତି । ମେରିକମ୍ ମାର୍ଚ୍ଚ ୧୩ ତାରିଖରେ ଇଟାଲୀ ଓ ଜୋର୍ଡାନରୁ ଫେରିଥିଲେ । ଏହାପରେ ସେ ନିଜକୁ ୧୪ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରଖିବା କଥା । କିନ୍ତୁ ସେ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ କରାଯାଇଥିବା ବ୍ରେକଫାଷ୍ଟ ମିଟିଂରେ ଯୋଗ ଦେଇଥିଲେ ।

ଏସିଆ-ଓସିଏନିଆ ଅଲମ୍ପିକ କ୍ୱାଲିଫାୟର୍ସ ପ୍ରତିଯୋଗିତାରେ ଭାଗ ନେଇ ମାର୍ଚ୍ଚ ୧୩ ତାରିଖରେ ଜୋର୍ଡାନରୁ ଫେରିଥିଲେ । ଜୋର୍ଡାନରେ ଟୁର୍ଣ୍ଣାମେଣ୍ଟ ହେବା ପୂର୍ବରୁ ମେରିକମ୍ ଇଟାଲୀରେ କିଛି ସପ୍ତାହ ଟ୍ରେନିଂ ନେଇଥିଲେ । ସେ ଫେବୃଆରୀ ୨୮ ତାରିଖରେ ଜୋର୍ଡାନର ରାଜଧାନୀ ଅମାନକୁ ଯାଇଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଟ୍ୱିଟ ହୋଇଥିବା ଫଟୋରେ ଅନ୍ୟ ସାଂସଦଙ୍କ ସହିତ ମେରିକମ ନଜର ଆସିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ସାଂସଦଙ୍କୁ ନେଇ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ।

Leave A Reply

Your email address will not be published.