Latest Odisha News

BREAKING NEWS

ବିଜେଡ଼ି ସାଙ୍ଗଠନିକ ପଦବୀରେ ସାମାନ୍ୟ ଅଦଳବଦଳ କଲେ ନବୀନ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦଳର ସାଙ୍ଗଠନିକ ପଦବୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।

ଏହି ସାଙ୍ଗଠନିକ ପରିବର୍ତ୍ତନ ଫଳରେ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ମୁଦୁଲି ମଧ୍ୟ ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅଛନ୍ତି ।

ବିଜେଡ଼ି ରାଜ୍ୟସଭା ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି ନବୀନ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ଢେଙ୍କାନାଳ ବିଜେଡ଼ି ଜିଲ୍ଲା ସଂଗଠନର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ମନ୍ତ୍ରୀ ନୃସିଂହ ଚରଣ ସାହୁ ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଇଥିବା ପ୍ରତାପ ଜେନାଙ୍କୁ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ସହ-ପର୍ଯ୍ୟବେକ୍ଷକ ରୂପେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ୟୁନିଟର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେହିପରି ବିଜୟ କୁମାର ନାୟକ ସହ-ପର୍ଯ୍ୟବେକ୍ଷକ ରୂପେ ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ ତୁଲାଇବେ ।

ଦଳର ଏହି ସାଙ୍ଗଠନିକ ପରିବର୍ତ୍ତନ ସମ୍ପର୍କରେ ଶନିବାର ଦିନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ନନ୍ଦ ଜଣାଇଛନ୍ତି ।

Leave A Reply

Your email address will not be published.