ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ଔଷଧ ଏବଂ ମେଡିକାଲ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୧୪ ହଜାର କୋଟି ଟଙ୍କା ମଂଜୁରୀ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ ମିଳିଛି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ଦେଶରେ ୪ଟି ରାଜ୍ୟରେ ମେଡିକାଲ ଉପକରଣ ପାର୍କ ନିର୍ମାଣ କରାଯିବ । ଏଥିପାଇଁ ୩୪୨୦ କୋଟି ଖର୍ଚ୍ଚ ହେବ । ସେହିପରି ଔଷଧିୟ ପାର୍କ ନିର୍ମାଣ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏପିଆଇକୁ ପ୍ରୋତ୍ସାହିତ କରିବା ପାଇଁ ୬୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଭାରତରେ ଔଷଧ ତିଆରି କରିବା ପାଇଁ ୮୦ ପ୍ରତିଶତ ଏପିଆଇ ବିଦେଶରୁ ଆସୁଛି । ତେବେ ଭାରତରେ ଔଷଧ ପାର୍କ ତିଆରି ପାଇଁ ସରକାର ପ୍ରାୟ ୧୪ ହଜାର କୋଟି ଖର୍ଚ୍ଚ କରିବେ । ଏହାଦ୍ୱାରା ଭାରତରେ ଔଷଧ ଏବଂ ଡାକ୍ତରୀ ଉପକରଣର ଅଭାବ ହେବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।
BREAKING NEWS
- Indian man shot dead in US: ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା; ପିଜା ଡେଲିଭରି କରିବାକୁ ଡାକିଲେ.. ପହଞ୍ଚିବା ମାତ୍ରେ ଗୁଳି କଲେ
- ଭାରତୀୟ ଟିମ ପକ୍ଷରୁ ଖେଳିବା ପାଇଁ ସିରିୟସ ନାହାନ୍ତି ବୁମରାହ !
- ବାଘ ଛାଲ ବିକ୍ରି ନେଇ ଯୋଜନା ଚାଲିଥିବାବେଳେ ୨ ଶିକାରୀଙ୍କୁ ମାଡି ବସିଲା ପୋଲିସ, ୨ଟି ଚିତାବାଘ ଚମଡ଼ା ଜବତ
- ଲେବାନନ ଉପରେ ଇସ୍ରାଏଲର ସବୁଠୁ ବଡ଼ ଆକ୍ରମଣ; ଜଣେ ବ୍ରିଗେଡିୟର ଜେନେରାଲଙ୍କ ସମେତ ୧୨ ନିହତ, ହିଜବୁଲ୍ଲାହର ୧୫୦ଟି…
- ଦିଗପହଣ୍ଡିରେ ଚାଞ୍ଚଲ୍ୟ; ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କଲେ ନବମ ଶ୍ରେଣୀ ଛାତ୍ର
- ୧୨ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ
- ଗୋଠପାଟଣାରେ ୧୦୦୦ କୋଟି ବିନିଯୋଗରେ ନିର୍ମାଣ ହେବ ମଲ୍ଟି ପର୍ପୋଜ ସ୍ପୋର୍ଟସ କମ୍ପ୍ଲେକ୍ସ
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ ହଜିବା ଘଟଣା; ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ: ବିଜେଡି
- ଫିଫା ବିଶ୍ୱକପ: ଇରାନ ଟିମକୁ ଏହି ସର୍ତରେ ମିଳିଲା ଭିଜା
- କୁଆଡେ ଗଲା ଡାକ୍ତରୀ ଛାତ୍ରୀଙ୍କ ଡାଏରୀ; ଗୋରା ହେବାକୁ ଇଞ୍ଜେକସନ ନେଉଥିଲେ କି ଚନ୍ଦ୍ରିକା…
Comments are closed.