Latest Odisha News

BREAKING NEWS

ପୁଣି କରୋନା ପ୍ରଭାବିତ ଦେଶରୁ ହେବ ଭାରତୀୟଙ୍କ ଉଦ୍ଧାର; ରୋମ ଅଭିମୁଖେ ଯାତ୍ରା କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ ସଙ୍କଟ ମଧ୍ୟରେ ଇଟାଲୀର ରୋମରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୭୮୭ ଡିମଲାଇନର ବିମାନ ଶନିବାର ଅପରାହ୍ନରେ ରୋମ ଯାତ୍ରା କରିଛି । ଏୟାର ଇଣ୍ଡିଆ ଭାରତୀୟଙ୍କୁ ଧରି ରବିବାର ସକାଳେ ସ୍ୱଦେଶ ଫେରିବ । ଆସନ୍ତାକାଲି ଠାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଭାରତରେ କୌଣସି ଅନ୍ତର୍ଜାତୀୟ ବିମାନକୁ ଭାରତରେ ଅବତରଣ କରିବାକୁ ଅନୁମତି ଦିଆଯିବ ନାହିଁ ।

ପୂର୍ବରୁ ମିଳିଥିବା ଖବର ଅନୁଯାୟୀ, ଭାରତ ସରକାର ଏୟାର ଇଣ୍ଡିଆର ୭୮୭ ଡି୍ରମଲାଇନ ବିମାନକୁ ଅପରାହ୍ନରେ ପଠାଇବାର ଥିଲା । ତେବେ ସେଠାରୁ କରୋନା ରିପୋର୍ଟ ନେଗେଟିଭ ଥିବା ୨୩୦ଜଣ ଭାରତୀୟଙ୍କୁ ଫେରାଇ ଆଣିବ । କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଥିବା ଇଟାଲୀରେ ପ୍ରାୟ ୩୭୪ ଭାରତୀୟଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ।

ଭାରତର ବିମାନ ଚଳାଚଳ ମନ୍ତ୍ରାଳୟ କହିଛି କି, ବିଶ୍ୱର ସାରା ଦେଶରୁ ଫେରୁଥିବା ଭାରତୀୟଙ୍କୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ପରେ ସେମାନଙ୍କ ପରବର୍ତ୍ତୀ ଚିକିସôା କରାଯାଉଛି ।

Leave A Reply

Your email address will not be published.