ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର(ଇଏମସି ୨.୦) ଯୋଜନା ପାଇଁ ଆର୍ଥିକ ସହାୟତାକୁ ମଞ୍ଜୁରୀ ମିଳିଛି । ଏହାର ଉଦ୍ଦେଶ୍ୟ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଲଷ୍ଟର ଗୁଡିକୁ ବିଶ୍ୱସ୍ତରୀୟ ନିର୍ମାଣ ସହିତ ସମ୍ବନ୍ଧିତ ସୁବିଧାକୁ ବିକସିତ କରିବା ।
ସଂଶୋଧିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ଯୋଜନା ଦ୍ୱାରା ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର (ଇଏମସି) ଓ ସମ୍ମିଳିତ ସୁବିଧା କେନ୍ଦ୍ରଗୁଡିକର ସ୍ଥାପନାରେ ଆବଶ୍ୟକୀୟ ସହଯୋଗ ମିଳିବ । ଏହି ଯୋଜନା ଅଧିନରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ଗୁଡିକୁ ବିଶିଷ୍ଟ ସର୍ବନିମ୍ନ ସୀମା ନିକଟବର୍ତ୍ତୀ ଭୌଗୋଳିକ କ୍ଷେତ୍ରରେ ସ୍ଥାପନ କରାଯିବ ।
ପ୍ରସ୍ତାବିତ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ କ୍ଲଷ୍ଟର ୨.୦ ଯୋଜନାରେ ମୋଟ୍ ୩୭୬୨.୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ୩,୭୨୫ କୋଟି ଟଙ୍କାର ଆର୍ଥିକ ସହାୟତା ଓ ୮ବର୍ଷର ଅବଧି ସମୟରେ ୩୭.୨୫ କୋଟି ଟଙ୍କାର ପ୍ରଶାସନିକ ଏବଂ ପ୍ରବନ୍ଧନ ସମ୍ପର୍କିତ ବ୍ୟୟ ସାମିଲ ଅଛି ।
ଏହି ଯୋଜନା ଦ୍ୱାରା ଇଲେକ୍ଟୋନିକ୍ସ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ହେତୁ ପ୍ରସ୍ତୁତ ବିନିର୍ମାଣ ଓ କମ୍ପୁ୍ୟଟର ପ୍ରଣାଳୀ ସହିତ ଜଡିତ ଉପକରଣ ଯୋଗାଇଦେବାକୁ ସୁନିଶ୍ଚିତ କରାଯିବ । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନୂଆ ନିବେଶ ଆକର୍ଷିତ ହେବ । ବିନିର୍ମାଣ ୟୁନିଟ ଦ୍ୱାରା ରୋଜଗାର ସୃଷ୍ଟି କରାଯିବା ସହିତ ରାଜସ୍ୱ ଆଦାୟ ହେବ ।
Comments are closed.