ସିଓଲ: ଚୀନରେ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁଠାରୁ ବେଶି କରୋନା ସଂକ୍ରମଣର ଶୀକାର ହୋଇଥିଲେ ଦକ୍ଷିଣ କୋରିଆର ଲୋକେ । ୧୦ ଦିନ ମଧ୍ୟରେ ଏହା ୩ଗୁଣ ବଢ଼ି ଯାଇଥିଲା । ତେବେ ସ୍ଥାନୀୟ ସରକାର କଠୋର ପଦକ୍ଷେପ ଗ୍ରହଣ କରି ୨.୧୨ ଲକ୍ଷ ଲୋକଙ୍କ ସଂକ୍ରମିତ ହୋଇଥିବା କିମ୍ବା ସନ୍ଦେହରେ ଥିବା ନେଇ ସାର୍ବଜନୀନ କରିଥିଲେ ।
ଏହାର ପ୍ରଭାବ ପଡିଥିଲା । ସେମାନଙ୍କଠାରୁ ଲୋକେ ଦୂରେଇବା ଆରମ୍ଭ କରିଥିଲେ ଫଳରେ ଏହାର ଶୃଙ୍ଖଳ ଭାଙ୍ଗିବାକୁ ଲାଗିଥିଲା । କୋରିଆ ସରକାର ସମୁଦାୟ ୩.୫ ଲକ୍ଷ ଲୋକଙ୍କ ଟେଷ୍ଟ କରାଇଥିଲା । ଏଥିରୁ ୮୭୯୯ ସଂକ୍ରମିତ ଥିଲେ ।ପ୍ରତିଦିନ ୨୦ ହଜାର ଲୋକଙ୍କ ଟେଷ୍ଟ ଏବେ ମଧ୍ୟ କରାଯାଉଛି ।
ସରକାର ଏକାନ୍ତବାସକୁ ପଠାଇବା ଅପେକ୍ଷା ଏଥିପ୍ରତି ସତର୍କ ଓ ସଚେତନତା ସୃଷ୍ଟି କରାଇବାରେ ସଫଳ ହୋଇଥିଲା । ଦକ୍ଷିଣ କୋରିଆ ଲୋକମାନେ ମଧ୍ୟ ଏହାର ଗୁରୁତ୍ୱ ବୁଝିବା ସହ ସମ୍ପୂର୍ଣ୍ଣ ସତର୍କ ରହିଥିଲେ ଏହା ଯେପରି ନ ବ୍ୟାପିବ । ଧିରେ ଧିରେ କୋରିଆର ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସିଯାଇଛି । ଅପରପକ୍ଷରେ ୟୁରୋପରେ ଏବେ ମଧ୍ୟ ଦାୟିତ୍ୱହୀନତା ଜାରୀ ରହିଛି ।
Comments are closed.