Latest Odisha News

BREAKING NEWS

ହାତରେ ଟଙ୍କା ଧରୁଥିଲେ ଭଲଭାବେ ହ୍ୟାଣ୍ଡୱାସ କରନ୍ତୁ: ଆଇବିଏ

ମୁମ୍ବାଇ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ମଧ୍ୟ ଜନସାଧାରଣଙ୍କୁ ସଚେତନ ଲାଗି ଆଗଭର ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଇବିଏ ଏନେଇ କିଛି ଗାଇଡଲାଇନ ଜାରି କରିଛି । ତଦନୁଯାୟୀ କରେନ୍ସି ନୋଟ୍ ବଦଳରେ ଅନଲାଇନ ପେମେଣ୍ଟ ତଥା କ୍ରେଡିଟ୍ ଓ ଡେବିଟ୍ କାର୍ଡର ବ୍ୟବହାର କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଯଦି କେହି କରେନ୍ସି ନୋଟ୍ ଧରୁଛନ୍ତି କିମ୍ବା କାରବାର କରୁଛନ୍ତି, ତାହେଲେ ପରବର୍ତ୍ତୀ ସମୟରେ ହାତକୁ ଅତି କମରେ ପାଖାପାଖି ୨୦ ସେକଣ୍ଡେ ଯାଏଁ ଭଲଭାବେ ଧୁଅନ୍ତୁ ।

ଏହାବ୍ୟତିତ ନିହାତି ଜରୁରୀ ଥିଲେ ଜନସାଧାରଣ ବ୍ୟାଙ୍କ ଆସନ୍ତୁ ନଚେତ ଡିଜିଟାଲ ପେମେଣ୍ଟ ତଥା ମୋବାଇଲ ବ୍ୟାଙ୍କିଂ ଜରିଆରେ ଟଙ୍କା କାରବାର କରନ୍ତୁ ବୋଲି ଆଇବିଏ ପକ୍ଷରୁ ନିବେଦନ କରାଯାଇଛି ।

ଅପରପକ୍ଷରେ ସେମାନଙ୍କ ପକ୍ଷରୁ ‘କରୋନା ସେ ଡରୋନା, ଡିଜିଟାଲ କରୋ ନା’ ନାମରେ ମଧ୍ୟ ଅଭିଯାନ ଆରମ୍ଭ କରାଯାଇଛି ।

Comments are closed.