ଭୋପାଲ: ପୁଣି ଥରେ ମଧ୍ୟପ୍ରଦେଶର ମଙ୍ଗ ଧରିପାରନ୍ତି ଶିବରାଜ ସିଂହ ଚୌହାନ । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଧାୟକ ଦଳ ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂହ ଚୌହାନ ଶପଥ ନେଇପାରନ୍ତି ।
ଏଥିପାଇଁ ରାଜଭବନ ଭିତରେ ପ୍ରସ୍ତୁତି ଜୋର୍ସୋର୍ରେ ଆରମ୍ଭ ହୋଇଛି । ଶିବରାଜଙ୍କ ସହ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି । ବିଜେପିର ପୂର୍ବ ସରକାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚତୁର୍ଥ ଥର ପାଇଁ ଏହି ପଦରେ ଶପଥ ନେବେ। ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାରେ ଆସ୍ଥା ଭୋଟ୍ ହେବାର ଥିଲା। କିନ୍ତୁ ଠିକ୍ ଏହା ପୂର୍ବରୁ ହିଁ କମଲ ନାଥ ଇସ୍ତଫା ଦେଇ ଦେଇଛନ୍ତି।
ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ପରେ ଏଭଳି ସ୍ଥିତି ଉପୁଜିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ତାଙ୍କ ସମର୍ଥକ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡି ଦେଇଥିଲେ । ଏହାପରେ କମଲନାଥଙ୍କ ସରକାର ଭାଙ୍ଗି ଯାଇଥିଲା ।
BREAKING NEWS
- ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?