Latest Odisha News

BREAKING NEWS

କରୋନା: ସୁପ୍ରିମକୋର୍ଟରେ ପ୍ରବେଶ ମନା, ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ ହେବ ଶୁଣାଣି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ କରୋନାଭାଇରସର ଦ୍ରୁତ ପ୍ରସାରକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ଭିଡିଓ କଂଫ୍ରେନ୍ସିଂ ମାଧ୍ୟମରେ କରିବାର ନିର୍ଣ୍ଣୟ ନିଆଯାଇଛି । କୋର୍ଟ ପରିସର ମଧ୍ୟରେ ଥିବା ଓକିଲଙ୍କ ଚାମ୍ବରଙ୍କୁ କରୋନାଭାଇରସ ସତର୍କତା ଦୃଷ୍ଟିରୁ ବନ୍ଦ କରିବାକୁ ସୋମବାର ଦିନ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ସୁଦ୍ଧା ଏହା ୪୧୫ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୭ରେ ପହଞ୍ଚିଛି ।

Leave A Reply

Your email address will not be published.