ଭୁବନେଶ୍ୱର: ରାଜ୍ୟରେ ତିଆରି ହେଉ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ କରୋନା ଭୂତାଣୁକୁ ରୋକିବା ଓ ସଂକ୍ରମିତଙ୍କ ପାଇଁ ଏହି ହସ୍ପିଟାଲ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି ।
ଯୋଗାଣ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହେଲେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ତିଆରି କରିବା ଆବଶ୍ୟକ ରହିଛି ।
ଭୁବନେଶ୍ୱରର ଜୟଦେବ ବିହାର ନିକଟରେ ହସ୍ପିଟାଲର ସମସ୍ତ ସୁବିଧା ଥାଇ ବନ୍ଦ ହୋଇ ପଡିଥିବା ଏକ ବହୁତଳ କୋଠାକୁ ସହଜରେ ଏକ ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲରେ ପରିଣତ କରାଯାଇ ପାରିବ ବୋଲି ଯୋଗାଣ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏଭଳି ହସ୍ପିଟାଲ ହେଲେ ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇ ପାରିବ ଏବଂ ଏହା ଅନ୍ୟ ପାଇଁ ଉଦାହାରଣ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- ଖରାଦିନେ ଖାଆନ୍ତୁ ଦହି, ମିଳିବ ଏହିସବୁ ଫାଇଦା
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ