Latest Odisha News

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଦ୍ରବ୍ୟ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୨ରୁ ଅଧିକ ଦେଶକୁ ବ୍ୟାପୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ ରହିବା, ସାମାଜିକ ଦୂରତା ବଜାୟ ଏବଂ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ସମସ୍ତଙ୍କ ପାଇଁ ଏହାଏକ ଘଡିସନ୍ଧି ମୁହୂର୍ତ୍ତ ହୋଇଥିବା ବେଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ତଥା ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି କ’ଣ କରିବେ ଜାଣନ୍ତୁ…

ଆଣ୍ଟି ଅକ୍ସିଡେଣ୍ଟ ଯୁକ୍ତ ଖାଦ୍ୟ- ପିଆଜ, ଅଦା, ରସୁଣ ଓ ଗାଜରରେ ଆଣ୍ଟି ଅକ୍ସିଡେଣ୍ଟଭରପୁର ମାତ୍ରାରେ ରହିଥାଏ । ଏସବୁକୁ ସେବାନ କଲେ ଆପଣଙ୍କ ଇମ୍ୟୁନିସିଷ୍ଟମ ବୃଦ୍ଧି ହେବ, ଯାହା କରୋନାଭାଇରସ ବିରୋଧରେ ଲଢିବା ପାଇଁ ଶରୀରକୁ ଶକ୍ତି ମିଳିପାରିବ ।

ଭିଟାମିନ୍ ସି ଯୁକ୍ତ ଫଳ ଓ ପନିପରିବା- ଅମୃତଭଣ୍ଡା, କମଳା, ଅଁଳା ଭଳି ଫଳର ସେବନ କରନ୍ତୁ । ଏଥିସହିତ ସବୁଜ ପନିପରିବା ସହ ନିମ, ତୁଳସୀ ପତ୍ର ମଧ୍ୟ ଖାଇପାରିବେ । ଯାହା ଆପଣଙ୍କର ଇମ୍ୟୁନିସିଷ୍ଟମ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ନଡିଆ ତେଲ- ଆପଣ ନିଜ ଦିନର ଆରମ୍ଭ ୧-୨ରୁ ଚାମଚ ଅର୍ଗାନିକ ନଡିଆ ତେଲର ସେବନ କରିପାରିବେ । ଏହା ଇମଫ୍ଲାମେଶନରୁ ଦୂରେଇ ରଖିଥାଏ । ନଡିଆ ତେଲରେ ଆଣ୍ଟି ଭାଇରାଲ ଗୁଣ ରହିଥାଏ, ଯାହା ବିଭିନ୍ନ ପ୍ରକାର ଜୀବାଣୁ ତଥା ଭୂତାଣୁରୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ।

ହଳଦୀ- ହଳଦୀରେ ଆଣ୍ଟି-ଇନଫ୍ଲାମେଟ୍ରି ଗୁଣ ଭରପୂର ରହିଥାଏ । ଯାହା ଇନଫେକସନରୁ ଲଢିବା ଲାଗି ଶକ୍ତି ଯୋଗାଇଥାଏ । ହଳଦୀ ଓ ଗୋଲମରିଚ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।

 

Leave A Reply

Your email address will not be published.