Latest Odisha News

BREAKING NEWS

କୋଭିଡ୍‌-୧୯ ସଂକ୍ରମିତ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କ ସଂସ୍ପର୍ଶରେ ୮ଶହ ଲୋକ !

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରଠାରେ ଜଣେ ଡାକ୍ତରଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ପ୍ରାୟ ୮ଶହ ରୋଗୀ ସେହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସରକାରୀ ସୂଚନାରୁ ଜଣାପଡିଛି ।

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁୟାୟୀ ମୌଜପୁରଠାରେ ଏକ ମୋହଲ୍ଲା କ୍ଲିନିକର ଡାକ୍ତରଙ୍କୁ କରୋନାଭାଇରସ୍ ସଂକ୍ରମିତ ହୋଇଛି । ସଂପୃକ୍ତ ଡାକ୍ତରଙ୍କ ସ୍ତ୍ରୀ ଓ ଝିଅ ବି କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ପ୍ରାୟ ୮ଶହ ଲୋକ ଏହି ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲାବେଳେ ସେମାନଙ୍କୁ ୧୪ଦିନ ସଙ୍ଗରୋଧ ଅବଲମ୍ବନ କରିବାକୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୌନ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ଡାକ୍ତରଙ୍କ ନିକଟରେ କରୋନା ଭୂତାଣୁ କିପରି ଆସିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡିନି ।

୨୦୧୫ରେ ଦିଲ୍ଲୀ ସରକାର ୪୫୦ଟି ମୋହଲ୍ଲା କ୍ଲିନିକ ଖୋଲିଥିଲେ । ଯେଉଁଥିରେ ଜଣେ ଡାକ୍ତର ଓ ଦୁଇ ଜଣ ଲେଖାଏଁ ଫାର୍ମାସିଷ୍ଟ ରୋଗୀଙ୍କୁ ଚେକଅପ୍ କରିବା ସହ ମାଗଣା ଔଷଧ ବିତରଣ କରିଆସୁଛନ୍ତି ।

Leave A Reply

Your email address will not be published.