Latest Odisha News

BREAKING NEWS

ବଢିଲା ରାଜ୍ୟର ତାପମାତ୍ରା; ୪୦ ଡିଗ୍ରୀ ଛୁଇଁଲା ମାଲକାନଗିରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସୂଚନାନୁଯାୟୀ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଅଧିକ ମାତ୍ରାରେ ବୃଦ୍ଧି ଘଟିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ମାଲକାନଗିରି ଶୁକ୍ରବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ମାଲକାନଗିରିର ସର୍ବାଧିକ ତାପମାତ୍ରା ଶୁକ୍ରବାର ଦିନ ୪୦ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ସେହିପରି ୪୦ ଡିଗ୍ରୀ ପାଖାପାଖି ଯେଉଁସବୁ ସହର ଗୁଡ଼ିକରେ ତାପମାତ୍ରା ରେକର୍ଡ଼ କରାଯାଇଛି ସେହି ସହର ଗୁଡ଼ିକ ହେଲା – ଚାନ୍ଦବାଲି (୩୭.୨), କଟକ (୩୮.୨), ଭୁବନେଶ୍ୱର (୩୭.୭), ଅନୁଗୁଳ (୩୯.୧), ବାରିପଦା (୩୮), ସମ୍ବଲପୁର (୩୭.୧), ତାଳଚେର (୩୮.୧), ଭବାନିପାଟଣା (୩୭.୫), ବଲାଙ୍ଗୀର (୩୮.୮), ଟିଟିଲାଗଡ଼ (୩୯), ସୋନପୁର (୩୮.୪) ଏବଂ ବୌଦ୍ଧ (୩୮) ଡିଗ୍ରୀ ।

ସେହିପରି ଭାବେ ଆଇଏମଡ଼ି ପକ୍ଷରୁ ଆଗାମୀ ୨ ଦିନ ମଧ୍ୟରେ ଯେଉଁ ସବୁ ସ୍ଥାନଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ତାହାର ପୂର୍ବାନୁମାନ କରିଛି ।

ମାର୍ଚ୍ଚ ୨୯
ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ।

ମାର୍ଚ୍ଚ ୩୦
ଉପକୂଳବର୍ତ୍ତୀ ଓଡ଼ିଶା, କନ୍ଧମାଳ, ବୌଦ୍ଧ, ଭଦ୍ରକ, ଢେଙ୍କାନାଳ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ।

Leave A Reply

Your email address will not be published.