Latest Odisha News

BREAKING NEWS

କରୋନା ଭୟରେ ଭାଙ୍ଗିଲା ପରମ୍ପରା: ଚଳିତ ବର୍ଷ ଗଡିବ ନାହିଁ ରୁକୁଣା ରଥ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବଡ଼ପର୍ବ ରୁକୁଣା ରଥଯାତ୍ରା ।

କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବାକୁ ଯାଉଛି । କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ରଥଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

ଚଳିତ ଥର ରୁକୁଣା ରଥଯାତ୍ରା ହୋଇପରିବ ନାହିଁ ବୋଲି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଛନ୍ତି।

ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ସରକାରଙ୍କ ବିଜ୍ଞପ୍ତି ଅନୁସାରେ କଟକଣା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।

ଆସନ୍ତା ଏପ୍ରିଲ ୧ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ତିଥି ପଡୁଥିବା ବେଳେ ରଥକାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ।

ଆସନ୍ତା ମଙ୍ଗଳବାର ରଥ ପ୍ରତିଷ୍ଠା ହେବା ସହ ମରିଚିକୁଣ୍ଡ ପାଣି ନିଲାମ ହୋଇଥାନ୍ତ‌ା। ରଥଯାତ୍ରା ବନ୍ଦ ସହ ଏହି ସବୁ ପରମ୍ପରା ମଧ୍ୟ ବନ୍ଦ ହେଲା। ବିଗତ ୫ବର୍ଷ ହେଲା ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଯଥା ହାଣ୍ଡି ଭଙ୍ଗା ଯାତ୍ରା, ଚନ୍ଦନ ଯାତ୍ରା, ଶୀତଳଷଷ୍ଠୀ ଯାତ୍ରା, ବରୁଣେଶ୍ବର ଯାତ୍ରା ପରମ୍ପରା ଭଙ୍ଗ ହେଉଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ବନ୍ଦ ହେଲେ ପରମ୍ପରା ଭଙ୍ଗର ନୂତନ ଇତିହାସ ସୃଷ୍ଟି ହେବ ବୋଲି ସେବାୟତ ମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.