Latest Odisha News

BREAKING NEWS

ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ‘ଓଡିଶା ଲଳିତ କଳା ଏକାଡେମୀ’ ମୁଖ୍ୟ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତି ପାଇଲେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ସୁଦର୍ଶନ ହେଉଛନ୍ତି ଜଣେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବାଲୁକା ଶିଳ୍ପୀ ହୋଇଥିବା ବେଳେ ସେ ବିଶ୍ୱ ଶାନ୍ତି, ଗ୍ଲୋବାଲ ୱାରମିଙ୍ଗ, ସ୍ୱଚ୍ଛତା, ଆତଙ୍କବାଦ ବିରୋଧ ତଥା ବନ୍ୟ ଜନ୍ତୁ ସଂରକ୍ଷଣ ନେଇ ସମାଜିକ ସଚେତନ ବାର୍ତ୍ତା ଦେଇଆସୁଛନ୍ତି ।

ଏଥିସହିତ ସୁଦର୍ଶନ ପଟ୍ଟନାୟକ ୫୦ଟି ଆନ୍ତର୍ଜାତୀକ ବାଲୁକା କଳା ଚାମ୍ପିଆନସିପ ଓ ବାଳୁକା କଳା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ଅନେକ ପୁରସ୍କାର ହାସଲ କରିଛନ୍ତି । ତାଙ୍କ ବାଳୁକା କଳାରେ ସେ ସାମାଜିକ ବାର୍ତ୍ତାକୁ ପ୍ରତିପାଦିତ କରିଥାନ୍ତି ।

ସେ ୨୦୦୯ ମସିହାରେ ଲିମକା ବୁକ ପୁରସ୍କାର ହାସଲ କରିଛନ୍ତି । ଏଥିସହିତ ଭାରତ ସରକାରଙଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.