Latest Odisha News

BREAKING NEWS

ସିଙ୍ଗାପୁରରେ ପ୍ରବାସୀ ଓଡିଆ ପାଳିଲେ ଗଣେଷ ପୂଜା

ସିଙ୍ଗାପୁର : ସୁଦୂର ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ମହାଆଡମ୍ବରରେ ପାଳିତ ହୋଇଛି ଗଣେଶ ପୂଜା ।

ସୂଚନା ଅନୁଯାୟୀ ସିଙ୍ଗାପୁରରେ ରହୁଥିବା ଓଡିଆ ସମାଜର ୧୫୦ରୁ ଅଧିକ ଶ୍ରଦ୍ଧାଳୁ କେଣ୍ଟ ଭାଲି ପରିସରରେ ଗଣେଷ ପୂଜା ପାଳନ କରିଥିଲେ । ଏଥିସହିତ ଶ୍ରଦ୍ଧାଳୁ ମାନେ ଏକ ଚିତ୍ତରେ ପୂଜାରେ ସାମିଲ ହୋଇ ମହା ଜାକଜକମରେ ସାଜସଜ୍ଜା, ପଞ୍ଜିକରଣ, ଭୋଗ ଓ ପ୍ରସାଦ ବଣ୍ଟନ, ସାମୂହିକ ପୁଷ୍ପାଞ୍ଜଳି, ଆଳତି, ଖଡିଛୁଆଁ କାର୍ଯ୍ୟକ୍ରମ, ଖାଦ୍ୟ ଆୟୋଜନ, ସ୍ୱାସ୍ଥ୍ୟ ଅବଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଏହି ଅବସରରେ ସମାଜରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅବଗତ କରାଇବା ପାଇଁ ପ୍ରସିଦ୍ଧ ବିଶେଷଜ୍ଞ ଡାକ୍ତରମାନେ ଆସିଥିଲେ । ସେମାନେ ହେଉଛନ୍ତି- ସ୍ପେଶାଲିଷ୍ଟ ଅର୍ଥୋପେଡିକ, ଟ୍ରୋମା ଡକ୍ଟର ଏବଂ ନିର୍ଦ୍ଦେଶକ ଡଃ ନିକିତା ଚୋତାଇ, ଡଃ ଭାବେଶ ଦୋଶୀ ଏବଂ ଡଃ ହିତେନ୍ଦ୍ର କେ ଦୋସୀ ପ୍ରମୁଖ ।

ଅନ୍ୟପକ୍ଷରେ ଭସାଣୀ ଉତ୍ସବରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକଜୁଟ ହୋଇ ମହା ଆନନ୍ଦରେ ନୃତ୍ୟ ଓ ସଙ୍ଗୀତର ତାଳେତାଳେ ମସଗୁଲ ହୋଇ ବିଗ୍ନହର୍ତ୍ତାଙ୍କୁ ବିଦାୟ ଦେଇଥିଲେ ।

ତେବେ ଗତଦୁଇ ଦଶଦ୍ଧି ଧରି ପ୍ରବାସୀ ଓଡିଆଙ୍କ ଦ୍ୱାରା ସିଙ୍ଗାପୁର ଠାରେ ଗଣେଷ ପୂଜା ପାରମ୍ପରିକ ଭାବେ ପାଳନ ହୋଇ ଆସୁଛି ।

Leave A Reply

Your email address will not be published.