Latest Odisha News

BREAKING NEWS

ଆଇସୋଲେସନରେ ରହିଲେ ୫୬ ଜଣ ଓଡିଆ ତୀର୍ଥଯାତ୍ରୀ

ରାଉରକେଲା: ଉତ୍ତରପ୍ରଦେଶରୁ ଏକ ବସ୍ ଯୋଗେ ଆସି ରାଉରକେଲାରେ ପହଞ୍ଚିଥିବା ୫୬ ତୀର୍ଥଯାତ୍ରୀଙ୍କୁ ସୋମବାର ଦିନ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତସୂଚନାନୁସାରେ ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାରୁ ପାଖାପାଖି ୫୬ ଜଣ ତୀର୍ଥଯାତ୍ରୀ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଶ୍ରୀମନ୍ଦିରକୁ ତୀର୍ଥଯାତ୍ରାରେ ଯାଇଥିଲେ । ହେଲେ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଯୋଗୁଁ ସେମାନେ ସେଠାରେ ଅଟକି ରହିଥିଲେ।

ଏହି ଘଟଣା ପରେ ତୀର୍ଥଯାତ୍ରୀମାନେ ଘରକୁ ଫେରିବା ଲାଗି ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରାଯିବା ପରେ ତ୍ରୀର୍ଥଯାତ୍ରୀଙ୍କୁ ରାଉରକେଲା ଫେରାଇ ଆଣିବା ଲାଗି ଏକ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଥିଲା ।

ସେମାନେ ରାଉରକେଲାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଡ୍ରାଇଭର ଏବଂ ହେଲପରଙ୍କ ସହ ୫୬ ଜଣ ତୀର୍ଥଯାତ୍ରୀ ଡାକ୍ତରୀ ପରୀକ୍ଷା କରାଯାଇଛି । କରୋନାଭାଇରସ ସଂକ୍ରମଣକୁ ନଜରରେ ରଖି ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୪ ଦିନ ଆଇସୋଲେସନରେ ରଖିବାକୁ ନିଷ୍ପତ୍ତି ହୋଇଛି ।

Comments are closed.