ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳର ଧାର୍ମିକ ସମାବେଶରେ ସାମିଲ ହୋଇଥିବା ୨୪ ଜଣଙ୍କ କରୋନାଭାଇରସ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି ।
24 people who were present at the Markaz building, Nizamuddin have tested positive for #Coronavirus, so far: Satyendar Jain, Delhi Health Minister pic.twitter.com/sUBO1PezeH
— ANI (@ANI) March 31, 2020
ପ୍ରାୟ ୧୫୦୦ରୁ ୧୭୦୦ ଜଣ ମର୍କଜ ବିଲ୍ଡିଂରେ ଉପସ୍ଥିତ ହୋଇଥିବା ଆକଳନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦୩୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପାଖାପାଖି ୩୩୦ ଜଣଙ୍କୁ ହସ୍ପିଟାଲ ଏବଂ ୭୦୦ ଜଣଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ତେବେ ମାର୍ଚ୍ଚ ୧୩ରୁ ୧୫ ମଧ୍ୟରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସଭା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି । ଏହି ସଭାରେ ସାମିଲ ହୋଇଥିବା ୬ ଲୋକଙ୍କ କରୋନା ସଂକ୍ରମଣ ଯୋଗୁଁ ସୋମବାର ଦିନ ତେଲେଙ୍ଗାନାରେ ମୃତ୍ୟୁ ହୋଇଛି ।
Comments are closed.