Latest Odisha News

BREAKING NEWS

କରୋନାଭାଇରସ: ଗୋଟିଏ ଦିନରେ ଇଟାଲିରେ ୮୧୨ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୧,୫୯୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦୦,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୨ ଜଣଙ୍କର ମୃତ୍ୟୁ ହୋଇଛି ।

ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ ଘୋଷଣା କରାଯାଇନଥିବା ବେଳେ ଏପ୍ରିଲ୍ ୧୨ ଯାଏଁ ରହିବ ବୋଲି ଶୁଣିବାକୁ ମିଳୁଛି ।

ଅଧିକ ପଢନ୍ତୁ: କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୬ଟି ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.