ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପୁରା ରାଜଧାନୀକୁ ଜୀବାଣୁ ମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ବାପୁଜୀ ନଗରର ଅଂଚଳକୁ ସାନିଟାଇଜ କରାଯାଇଛି ।
ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟରେ ଥିବା ସମସ୍ତ ରାସ୍ତାଘାଟ ଓ ଦୋକାନ ବଜାରକୁ ରାସାୟନିକ ପାଣି ସ୍ପ୍ରେ କରି ବିଶୋଧନ କରାଯାଇଛି । ଏଥିସହ ବାପୁଜୀନଗରର ସମସ୍ତ ଗଳି କନ୍ଦିରେ ମଧ୍ୟ ରାସାୟନିକ ସ୍ପ୍ରେ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜର ସହାୟତାରେ ସଫା କରାଯାଇଛି ।
ଅଗ୍ନିଶମ ବିମାନର ୧୫ ଜଣିଆ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି । ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ରୁଟ୍ରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହି ପରିପେକ୍ଷିରେ କେବଳ ଘର ନୁହେଁ ରାସ୍ତାଘାଟରୁ ଆରମ୍ଭ କରି ଚଳପ୍ରଚଳ କରୁଥିବା ସମସ୍ତ ସ୍ଥାନକୁ ବିଶୋଧନ କରାଯାଉଛି ।
BREAKING NEWS
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
Comments are closed.