Latest Odisha News

BREAKING NEWS

ନିଜ ବିବାହ ନେଇ ଗୁମର ଖୋଲିଲେ ନେହା କକ୍କଡ଼ !

ଆଗଧାଡ଼ିର ବଲିଉଡ୍ ଗାୟିକା ନେହା କକ୍କଡ଼ ନିଜ ବ୍ୟକ୍ତିଗତ ଜୀବନରେ କିଛିଦିନ ହେବ ଚର୍ଚ୍ଚିତ ଅଛନ୍ତି । କାରଣ ନେହା ଅଭିନେତା ହିମାଂଶୁ କୋହଲିଙ୍କ ସହ ଡେଟ୍ କରୁଛନ୍ତି । କିଛିଦିନ ପୂର୍ବରୁ ହିମାଂଶୁ ନିଜର ବନ୍ଧୁ ବୋଲି କହୁଥିବା ନେହାଙ୍କ ନିକଟରେ ଉଭୟଙ୍କ ସମ୍ପର୍କକୁ ନେଇ ଏକ ଘୋଷଣା କରିଛନ୍ତି ।

ନେହା କହିଛନ୍ତି ଯେ, ସେ ଏବଂ ହିମାଂଶୁ ପରସ୍ପରକୁ ଡେଟ୍ କରୁଛନ୍ତି । ଏହି ଯୋଡ଼ି ‘ଇଣ୍ଡିଆନ୍ ଆଇଡଲ’ର ଆଗାମୀ ଏପିସୋଡରେ ଦେଖିବାକୁ ମିଳିବେ । ଯେଉଁଥିରେ କି ନେହାଙ୍କ ସମ୍ପର୍କକୁ ନେଇ ସେ ଦର୍ଶକଙ୍କ ଆଗରେ ସ୍ୱୀକାର କରିବେ ।

ସୂଚନାଯୋଗ୍ୟ, ପୂର୍ବରୁ ନେହା ଏହି ଶୋ’ ମାଧ୍ୟମରେ ହିମାଂଶୁଙ୍କ ସହ ରହି ଆଗାମୀ ଦିନରେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ । ଦିନ ଥିଲା, ନେହାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ କିଛି ଖବର ମିଳୁନଥିଲା କିନ୍ତୁ ଏବେ ସେ ନିଜ ଖୁସିକୁ ସେୟାର୍ କରିବାକୁ କୁଣ୍ଠିତ ହେଉନାହାନ୍ତି ।

ତେବେ ଯାହାବି ହେଉ ନିଜ ବାହାଘର ସମ୍ପର୍କରେ ନେହା ଧିରେ ଧିରେ ଗୁମର ଖୋଲୁଥିବାରୁ ବଲିଉଡରେ ଏନେଇ ଟିକେ ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.