Latest Odisha News

BREAKING NEWS

ଘରେ ରୁହନ୍ତୁ, କରୋନା ସଂକ୍ରମଣ ରୋକିବାରେ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶାରେ ଏବେ ଲକ୍‌ଡାଉନ୍ ଜାରି ରହିଛି । ରାଜ୍ୟବାସୀ ଏହି ଲକ୍‌ଡାଉନକୁ ମାନି ସରକାରଙ୍କୁ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

“ଆପଣମାନେ ଜାଣନ୍ତି କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ଲକ୍‌ଡ଼ାଉନ୍ ଜାରି ରହିଛି । ଏଥିରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଚଳିତ ସପ୍ତାହ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନିଗୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଜାରି କରିଛନ୍ତି । ଏହି ୪୮ ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ଭଲ ଭାବରେ ଏହି ତ୍ୟାଗ କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖି ପାରିବେ ।”

ଭୁବନେଶ୍ୱର, କଟକ ଓ ଭଦ୍ରକର ଜନସାଧାରଣକୁ ମୋର ଅନୁରୋଧ ଆପଣମାନେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ କୁ ପାଳନ କରନ୍ତୁ ଘରେ ରୁହନ୍ତୁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରନ୍ତୁ ।

Leave A Reply

Your email address will not be published.