Latest Odisha News

ଏସିଆର ଟ୍ୟୁଲିପ ଗାର୍ଡେନରେ ୧୩ ଲକ୍ଷ ଫୁଲ, ଦେଖିବାକୁ କେହି ନାହାନ୍ତି

ଶ୍ରୀନଗର: ଏସିଆର ସବୁଠାରୁ ବଡ ଫୁଲ ବଗିଚା ଟ୍ୟୁଲିପ୍ ଗାର୍ଡେନରେ ନୂଆ ଋତୁ ଆସିଛି କହିଲେ ଭୁଲ ହେବ ନାହିଁ । ୩୦ ହେକ୍ଟର ବିଶିଷ୍ଟ ଇନ୍ଦିରାଗାନ୍ଧୀ ମେମୋରିଆଲ ଟ୍ୟୁଲିପ୍ ଗାର୍ଡେନରେ ୧୩ ଲକ୍ଷ ଫୁଲ ଫୁଟିଛି । ତାହା ପୁଣି ୫୫ ପ୍ରକାରର । ଯାହାକୁ ଦେଖିବାକୁ ପର୍ଯ୍ୟଟକ ଓ ଫୁଲପ୍ରେମୀ ମାନେ ବିଭିନ୍ନ ସ୍ଥାନରୁ ଆସିଥାନ୍ତି । ପ୍ରକୃତି ତାର ପ୍ରକୃତ ରୂପରେ ରହିଛି ।

ତେବେ ଏହି ଫୁଲଗୁଡିକୁ ଦେଖିବାକୁ କେହି ନାହାନ୍ତି । କରୋନା ଭାଇରସ ଯୋଗୁ ସାରା ଦେଶ ଏବେ ଲକଡାଉନରେ ଅଛି । ଏହି ଫୁଲ ଫୁଟିଲେ କଶ୍ମୀରରେ ବସନ୍ତର ଆଗମନ ହୋଇଥାଏ ବୋଲି କୁହାଯାଏ । ଏହି ମନଲୋଭ ଗାର୍ଡେନର ଟିକେଟ ମୂଲ୍ୟ ୫୦ ଟଙ୍କା । ଅନ୍ୟକୁ ସୌନ୍ଦର୍ଯ୍ୟରେ ଆକୃଷ୍ଟ କରିବା ଏବଂ ତା ପାଇଁ ଝଡିଯିବା ଫୁଲର ପ୍ରବୃତି । ତେବେ ଫୁଲ ତାର ପ୍ରବୃତିକୁ ମଧ୍ୟ ଚରିତାର୍ଥ କରି ପାରୁ ନାହିଁ ।

Comments are closed.