Latest Odisha News

‘ବେଙ୍ଗଲ୍ କେମିକାଲ୍ସ’ ଉତ୍ପାଦନ କରିବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା; ମିଳିଲା ଲାଇସେନ୍ସ

କୋଲକାତା: କରୋନା ନିରାକରଣର ଟୀକା କିମ୍ବା ଚିକିତ୍ସା ଲାଗି ଏହି ରୋଗର ଔଷଧ ଉଦଭାବନ ହୋଇପାରିନାହିଁ । ମାତ୍ର ଆଣ୍ଟି ମ୍ୟାଲେରିଆ ଟାବଲେଟ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବେ ମୃତ୍ୟୁ ସଞ୍ଜିବନୀ ପରି କାର୍ଯ୍ୟରେ ଲାଗିପାରୁଛି । ଏହି ଟାବଲେଟ୍ ଉତ୍ପାଦନ କରିବାକୁ ‘ବେଙ୍ଗଲ୍ କେମିକାଲ୍ସ’କୁ ମିଳିଛି ଲାଇସେନ୍ସ ।

ଇତିମଧ୍ୟରେ ଭାରତର ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ୍ ବେଙ୍ଗଲ୍ କେମିକାଲ୍ସ କମ୍ପାନୀକୁ ୨୦୦ ଏମଜି ଏବଂ ୪୦୦ ଏମଜି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ତିଆରି କରିବାକୁ ଅନୁମତି ଦେଇଛନ୍ତି । ଏନେଇ ସୂଚନା ପ୍ରଦାନ କରିଛନ୍ତି କମ୍ପାନୀର ଏମଡ଼ି ପିଏମ ଚନ୍ଦ୍ରାଇୟା ।

“କରୋନା ବିରୋଧରେ ଚାଲିଥିବା ଏହି ଲଢେଇରେ ଆମେ ମଧ୍ୟ ସାମିଲ୍ ରହିଛୁ, ଆମେ ଏହି ଟାବଲେଟ୍ ଉତ୍ପାଦନ କରି ଯୋଗାଇଦେବାରେ କୌଣସି ଲାଭ ରଖିବୁ ନାହିଁ,” ଏହା କହିଥିବା କଥା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ।

ଏହି କମ୍ପାନୀ ଦ୍ୱାରା ଦୈନିକ ୧୦ ଲକ୍ଷ ଟାବଲେଟ୍ ଉତ୍ପାଦନ ହୋଇପାରିବ ବୋଲି ସୂଚନା ମିଳିଛି ।

“ମାତ୍ର ଏଥିଲାଗି ଆବଶ୍ୟକୀୟ କଞ୍ଚାମାଲ୍ ଆମକୁ ଯୋଗାଇଦେବାକୁ ପଡ଼ିବ, କାରଣ ଏହି କଞ୍ଚାମାଲ୍ ଆମେ ଆଣିବାରେ ଅକ୍ଷମ,” ଏହା କହିଛନ୍ତି କମ୍ପାନୀର ଏମଡ଼ି ।

Comments are closed.