କାବୁଲ: ସମସ୍ତ ପ୍ରକାର ସତର୍କତା ସର୍ତେ କରୋନା ଭାଇରସ ଆଫଗାନିସ୍ତାନରେ ନିୟନ୍ତ୍ରଣ ବାହାରକୁ ଯାଉଛି । ଶନିବାର ମିଳିଥିବା ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନର ୨୦ ସଦସ୍ୟ କରୋନା ପଜିଟିଭ ଥିବା ଜଣାପଡିଛି । କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି । ଏଠାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ରାଷ୍ଟ୍ରପତିଭବନର ୨୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଉଛି ।
ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ କ୍ୱାରାଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଏନେଇ କାବୁଲ ହସ୍ପିଟାଲର ମୁଖ୍ୟ ନିଜାମୁଦ୍ଦିନ୍ ଜଲିଲ୍ ସୂଚନା ଦେଇଛନ୍ତି । ଟେଷ୍ଟ୍ କିଟ୍ର ଅଭାବ ଯୋଗୁ ସଂକ୍ରମିତଙ୍କ ପରୀକ୍ଷା କରାଯିବା ସମ୍ଭବ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି । ପରୀକ୍ଷାରେ ବିଳମ୍ବ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସେ କହିଛନ୍ତି ।
Comments are closed.