ଭୁବନେଶ୍ୱର: ଆସିଲା ୫୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁନ୍ଦରଗଡର ବିଶ୍ରା ଅଂଚଳର ୬୭ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ନିଜାମୁଦ୍ଧିନ୍ ଲିଙ୍କ ରହିଛି । ଏନେଇ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୫ ତାରିଖରେ ସେ ରାଉରକେଲା ଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ । ମାର୍ଚ୍ଚ ୬ରୁ ୧୦ ତାରିଖ ଯାଏଁ ସେ ଦିଲ୍ଲୀ ନିଜାମୁଦ୍ଧିନରେ ରହିଥିଲେ । ଏହାପରେ ସେ ୧୦ ତାରିଖ ରାତିରେ ଦିଲ୍ଲୀରୁ ବିଳାସପୁର ଓ ପରେ ବିଲାସପୁରୁ ଟ୍ରେନ୍ରେ ରାଉରକେଲା ଅଭିମୁଖେ ବାହରିଥିଲେ ।
ମାର୍ଚ୍ଚ ୧୧ରେ ରାଉକେଲାରେ ପହଂଚିବା ପରେ ଅଟୋ ଯୋଗେ ରାଉରକେଲା ଷ୍ଟେସନରୁ ବାହାରି ବିଶ୍ରା ସ୍ଥିତ ନିଜ ଘରକୁ ଯାଇଥିଲେ । ଏହାପରେ ସେ ୧୨ ତାରିଖରୁ ଏପ୍ରିଲ ୨ ଯାଏଁ କ୍ୱାରେଣ୍ଟାଇନ୍ରେ ଥିଲେ । ତାଙ୍କ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା ।
ତେବେ ୧୮ ବର୍ଷୀୟ ୫୨ ନମ୍ବର ଆକ୍ରାନ୍ତ ଜଣକ ୫୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କର ମଧ୍ୟ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା । ୫୧ ନମ୍ବର ଓ ୫୨ ନମ୍ବର ଆକ୍ରାନ୍ତଙ୍କୁ ରାଉରକେଲା ହାଇ-ଟେକ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେଲା ସିବିଆଇ
- ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ବାଚସ୍ପତିଙ୍କ ନିନ୍ଦା, ପ୍ରଶଂସା କଲେ ମୋଦୀ
- ଭାରତ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ଇଞ୍ଜାମାମ
- ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ଏମପିଲାଡସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ
- ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୧୪ କେଜି ଗଞ୍ଜେଇ ଜବତ
- ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ
- ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ୩ ଜଣଙ୍କ ଜୀବନ
- ସୁରକ୍ଷାବାହିନୀକୁ ସଫଳତା; ଏନକାଉଣ୍ଟରେ ଟଳିଲେ ୨ ଆତଙ୍କବାଦୀ
- ଶୁଣାଣି ସମୟରେ କୋର୍ଟ ରୁମ୍ ରେ ବିଗିଡିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା