Latest Odisha News

BREAKING NEWS

ଆସିଲା ୫୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, କେଉଁଠିକୁ ଯାଇଥିଲେ ସେ, ଜାଣନ୍ତୁ

ଭୁବନେଶ୍ୱର: ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସାମ୍ନାକୁ ଆସିଛି । ୨୨ ବର୍ଷୀୟ ଆକ୍ରାନ୍ତ ଯୁବକ ଜଣକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ସେହିପରି ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ମଧ୍ୟରେ ୟୁନିଟ-୩, ଷ୍ଟେସନ ଛକ, ସତ୍ୟନଗର ଏବଂ ଝାରପଡାକୁ କେବେ କେବେ ନିଜ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ । ଗତ ୧୦ ତାରିଖ ଦିନ ତାଙ୍କ ନମୂନା ପରୀକ୍ଷା ପରେ କରୋନା ପଜିଟିଭ ଆସିଥିଲା । ସେହି ୧୦ ତାରିଖରେ ହିଁ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ୫୦ ନମ୍ବର ଆକ୍ରାନ୍ତ ଯୁବକ ଜଣକ ୟୁନିଟ୍-୪ ମଧୁସୁଦନ ନଗର ୪୫ ବର୍ଷୀୟ  ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।

Leave A Reply

Your email address will not be published.