ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗିରବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ବିପର୍ୟ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ ପାଇଁ ୩ ମାସର (ଏପ୍ରିଲ-ଜୁନ) ପର୍ୟ୍ୟନ୍ତ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦିଆଯାଉଛି ।
ଅଦ୍ୟାବଧି ତୈଳ ବିପଣନ କମ୍ପାନୀଗୁଡିକ ୭ କୋଟି ୧୫ ଲକ୍ଷ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଆକାଂଉଟକୁ ୫୬୦୬ କୋଟି ଟଙ୍କା ପଠାଇଛନ୍ତି । ଏହା ଫଳରେ ସେମାନେ ମାଗଣା ସିଲିଣ୍ଡର ପାଇପାରିବେ । ଏହି ମାସରେ ୧ କୋଟି ୨୬ ଲକ୍ଷ ସିଲିଣ୍ଡର ହିତାଧିକାରୀମାନେ ବୁକ କରିଥିବା ବେଳେ ୮୫ ଲକ୍ଷ ସିଲିଣ୍ଡର ସେମାନଙ୍କୁ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ପ୍ରତ୍ୟେକ ଏଲପିଜି ସଂଯୋଗକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁବିଧା ପାଇପାରିବେ । ଏହି ଯୋଜନା ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ଆସନ୍ତା ଜୁନ ପର୍ୟ୍ୟନ୍ତ ବଳବତ୍ତର ରହିବ ।
BREAKING NEWS
- ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍ ଲୁକ୍..
- ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’କୁ କ୍ୟାବିନେଟ୍ ମୋହର
- ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା
- ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- ଭାରତ ଆଶିର୍ବାଦ, ଇରାକ ଓ ଇରାନ ଅଭିଶାପ; ଜାଣନ୍ତୁ କାହିଁକି ଏଭଳି କହିଲେ ନେତାନ୍ୟାହୁ
- ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ
- ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ
- ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ
- ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା
- ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ
Comments are closed.