ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗିରବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ବିପର୍ୟ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ ପାଇଁ ୩ ମାସର (ଏପ୍ରିଲ-ଜୁନ) ପର୍ୟ୍ୟନ୍ତ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦିଆଯାଉଛି ।
ଅଦ୍ୟାବଧି ତୈଳ ବିପଣନ କମ୍ପାନୀଗୁଡିକ ୭ କୋଟି ୧୫ ଲକ୍ଷ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଆକାଂଉଟକୁ ୫୬୦୬ କୋଟି ଟଙ୍କା ପଠାଇଛନ୍ତି । ଏହା ଫଳରେ ସେମାନେ ମାଗଣା ସିଲିଣ୍ଡର ପାଇପାରିବେ । ଏହି ମାସରେ ୧ କୋଟି ୨୬ ଲକ୍ଷ ସିଲିଣ୍ଡର ହିତାଧିକାରୀମାନେ ବୁକ କରିଥିବା ବେଳେ ୮୫ ଲକ୍ଷ ସିଲିଣ୍ଡର ସେମାନଙ୍କୁ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗତ ମାର୍ଚ୍ଚ ସୁଦ୍ଧା ପଞ୍ଜିକୃତ ପ୍ରତ୍ୟେକ ଏଲପିଜି ସଂଯୋଗକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସୁବିଧା ପାଇପାରିବେ । ଏହି ଯୋଜନା ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ଆସନ୍ତା ଜୁନ ପର୍ୟ୍ୟନ୍ତ ବଳବତ୍ତର ରହିବ ।
BREAKING NEWS
- କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ;ବିଳାସପୁର ଅଞ୍ଚଳର ୩ ଗିରଫ
- ପୁରୁଷ ଦିନିକିଆ କ୍ରିକେଟ୍ର ୫,୦୦୦ ମ୍ୟାଚ ସମ୍ପୂର୍ଣ୍ଣ: ବ୍ୟାଟିଂରେ ଭାରତର ସମ୍ପୂର୍ଣ୍ଣ ପ୍ରଭାବ
- ଆୟର୍ଲାଣ୍ଡକୁ ହରାଇ ୨୦୨୭ ଦିନିକିଆ ୱାର୍ଲ୍ଡକପ ପାଇଁ ଆଫଗାନିସ୍ତାନ କାଟିଲା ଟିକେଟ୍
- ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ, ଏପଟେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ
- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା: ଆହତ ସମସ୍ୟା ଯୋଗୁଁ ସାଈ ସୁଦର୍ଶନ ବାଦ୍
- Ageing Crisis: ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ! ବୟସ୍କଙ୍କ ଯତ୍ନ ନେଇ ଚିନ୍ତା! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା…
- E20 in Aircraft?: ବିମାନ ଇନ୍ଧନରେ କ’ଣ ଇଥାନଲ ମିଶା ଯାଇପାରିବ କି? E20 ଠାରୁ କେତେ ଭିନ୍ନ ATF, ଜାଣନ୍ତୁ କ’ଣ କହିଲେ ସରକାର…
- Parikrama: କାହିଁକି ସବୁବେଳେ ଘଣ୍ଟାକଣ୍ଟା ଦିଗରେ କରାଯାଏ ପରିକ୍ରମା? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଅର୍ଥ ଓ ଜପ କରିବାର ମନ୍ତ୍ର
- ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଇସ୍ରାଏଲୀ ଗଣମାଧ୍ୟମର ଦାବି ପରେ ଚର୍ଚ୍ଚା…
- ଏଣିକି NHରୁ ହଟିବେ ଗୋରୁ ଗାଈ, ରାସ୍ତାର ପ୍ରତି ୧୦୦ କିମିରେ ରହିବ ଗୋଶାଳା

Comments are closed.