Latest Odisha News

BREAKING NEWS

୫୧ ଓ ୫୨ନଂ କରୋନା ପଜିଟିଭଙ୍କ ରହିଛି ନିଜାମୁଦ୍ଧିନ ଲିଙ୍କ, ଜାଣନ୍ତୁ ଗସ୍ତ ବିବରଣୀ

ଭୁବନେଶ୍ୱର: ଆସିଲା ୫୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁନ୍ଦରଗଡର ବିଶ୍ରା ଅଂଚଳର ୬୭ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ନିଜାମୁଦ୍ଧିନ୍ ଲିଙ୍କ ରହିଛି । ଏନେଇ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୫ ତାରିଖରେ ସେ ରାଉରକେଲା ଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ । ମାର୍ଚ୍ଚ ୬ରୁ ୧୦ ତାରିଖ ଯାଏଁ ସେ ଦିଲ୍ଲୀ ନିଜାମୁଦ୍ଧିନରେ ରହିଥିଲେ । ଏହାପରେ ସେ ୧୦ ତାରିଖ ରାତିରେ ଦିଲ୍ଲୀରୁ ବିଳାସପୁର ଓ ପରେ ବିଲାସପୁରୁ ଟ୍ରେନ୍ରେ ରାଉରକେଲା ଅଭିମୁଖେ ବାହରିଥିଲେ ।
ମାର୍ଚ୍ଚ ୧୧ରେ ରାଉକେଲାରେ ପହଂଚିବା ପରେ ଅଟୋ ଯୋଗେ ରାଉରକେଲା ଷ୍ଟେସନରୁ ବାହାରି ବିଶ୍ରା ସ୍ଥିତ ନିଜ ଘରକୁ ଯାଇଥିଲେ । ଏହାପରେ ସେ ୧୨ ତାରିଖରୁ ଏପ୍ରିଲ ୨ ଯାଏଁ କ୍ୱାରେଣ୍ଟାଇନ୍ରେ ଥିଲେ । ତାଙ୍କ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା ।
ତେବେ ୧୮ ବର୍ଷୀୟ ୫୨ ନମ୍ବର ଆକ୍ରାନ୍ତ ଜଣକ ୫୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କର ମଧ୍ୟ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା । ୫୧ ନମ୍ବର ଓ ୫୨ ନମ୍ବର ଆକ୍ରାନ୍ତଙ୍କୁ ରାଉରକେଲା ହାଇ-ଟେକ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.