ଭୁବନେଶ୍ୱର: ଆସିଲା ୫୧ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ସୁନ୍ଦରଗଡର ବିଶ୍ରା ଅଂଚଳର ୬୭ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ନିଜାମୁଦ୍ଧିନ୍ ଲିଙ୍କ ରହିଛି । ଏନେଇ ସରକାର ସୂଚନା ଦେଇଛନ୍ତି । ମାର୍ଚ୍ଚ ୫ ତାରିଖରେ ସେ ରାଉରକେଲା ଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ । ମାର୍ଚ୍ଚ ୬ରୁ ୧୦ ତାରିଖ ଯାଏଁ ସେ ଦିଲ୍ଲୀ ନିଜାମୁଦ୍ଧିନରେ ରହିଥିଲେ । ଏହାପରେ ସେ ୧୦ ତାରିଖ ରାତିରେ ଦିଲ୍ଲୀରୁ ବିଳାସପୁର ଓ ପରେ ବିଲାସପୁରୁ ଟ୍ରେନ୍ରେ ରାଉରକେଲା ଅଭିମୁଖେ ବାହରିଥିଲେ ।
ମାର୍ଚ୍ଚ ୧୧ରେ ରାଉକେଲାରେ ପହଂଚିବା ପରେ ଅଟୋ ଯୋଗେ ରାଉରକେଲା ଷ୍ଟେସନରୁ ବାହାରି ବିଶ୍ରା ସ୍ଥିତ ନିଜ ଘରକୁ ଯାଇଥିଲେ । ଏହାପରେ ସେ ୧୨ ତାରିଖରୁ ଏପ୍ରିଲ ୨ ଯାଏଁ କ୍ୱାରେଣ୍ଟାଇନ୍ରେ ଥିଲେ । ତାଙ୍କ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା ।
ତେବେ ୧୮ ବର୍ଷୀୟ ୫୨ ନମ୍ବର ଆକ୍ରାନ୍ତ ଜଣକ ୫୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତାଙ୍କର ମଧ୍ୟ ସ୍ୱାବ ନମୂନା ପରୀକ୍ଷା ପରେ ଏପ୍ରିଲ ୧୧ ତାରିଖରେ ପଜିଟିଭ ଆସିଥିଲା । ୫୧ ନମ୍ବର ଓ ୫୨ ନମ୍ବର ଆକ୍ରାନ୍ତଙ୍କୁ ରାଉରକେଲା ହାଇ-ଟେକ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
BREAKING NEWS
- Durga Puja Toranas: ମାଆ ଆସୁଛନ୍ତି…ଦେଶୀ ବିଦେଶୀ କଳାକୃତିରେ ଝଲସୁଛି ତୋରଣ, ଭୁବନେଶ୍ୱରରେ ଜମିଲାଣି ଦୁର୍ଗାପୂଜାର ମାହୋଲ!
- ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା
- Mother of All Bombs: ଇରାନକୁ ଡରାଇବାକୁ ଟ୍ରମ୍ପଙ୍କ ମହାବିନାଶୀ ବୋମା ପ୍ଲାନ୍! ଗୋଟିଏ ବୋମାରେ ଥରିବ ତେହେରାନ?
- ୨୪ ବର୍ଷର ଶାସନଠାରୁ ବିରୋଧୀ ଦଳ ନେତା: ୮୦ ବର୍ଷ ବୟସରେ ବି ଅପରାଜେୟ ନବୀନଙ୍କ ଲୋକପ୍ରିୟତା
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI
- ଓଡ଼ିଶା ସରକାର ଓ BGU ମଧ୍ୟରେ ଚୁକ୍ତି; ‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ
- ରମାଦେବୀ ବିଶ୍ୱଦ୍ୟାଳୟରେ ଐତିହାସିକ ନିର୍ବାଚନ: ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD

Comments are closed.