ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ମୁକାବିଲା ପାଇଁ ଆରମ୍ଭ ହେଲା ୱେବ୍ପୋର୍ଟାଲ ‘ୟୁକ୍ତି’(YUKTI) । ଏହି ପୋର୍ଟାଲକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ କୋଭିଡ-୧୯ ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦାରଖ କରିବ । ଏଥିସହ ମନ୍ତ୍ରାଳୟର ମଧ୍ୟ ବିଭିନ୍ନ କାର୍ଯ୍ୟର ତଦାରଖ କରିବାରେ ସହାୟକ ହେବ ।
ପୋର୍ଟାଲ ଶୁଭାରମ୍ଭ ଅବସରରେ ମନ୍ତ୍ରୀ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ କାଳରେ ଆମ ଶିକ୍ଷାର୍ଥୀମାନେ ବିଶେଷ କରି କିଭଳି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ଓ ସେମାନଙ୍କର କିଭଳି ଶିକ୍ଷାଲାଭ ବଳବତ୍ତର ରହିବ ତାହା ଦେଖିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ପ୍ରତିକୂଳ ପରିସ୍ଥିତିରେ ଲକ୍ଷ୍ୟ ସାଧନ କିଭଳି ସମ୍ଭବ ତାର ତଦାରଖ କରିବା ଏହି ପୋର୍ଟାଲର ଉଦ୍ଦେଶ୍ୟ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନ ବିଶେଷ କରି କରୋନା ସଂକ୍ରାନ୍ତରେ ହେଉଥିବା ଗବେଷଣା ଓ ସର୍ବୋପରି ଛାତ୍ରଛାତ୍ରୀଙ୍କର କଲ୍ୟାଣ ବିଷୟ ଏହି ପୋର୍ଟାଲରେ ତଦାରଖ ହେବ । ଏହି ପୋର୍ଟାଲ ବଳରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଉତ୍ତମ ଯୋଗସୂତ୍ର ରହିବ, ଯାହା ଫଳରେ କି ମନ୍ତ୍ରଣାଳୟ ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନଗୁଡିକୁ ସିଠିକ ମାର୍ଗରେ ପରିଚାଳିତ କରିପାରିବ।
BREAKING NEWS
- Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ
- ନିର୍ବାଚନ କମିଶନଙ୍କୁ ନେଇ କ’ଣ ରହିଛି ବିବାଦ ? କିପରି ଟାର୍ଗେଟକୁ ଆସିଲେ CEC ଜ୍ଞାନେଶ କୁମାର
- ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ: ରୋହିତ, କୋହଲିଙ୍କ ଯୋଗୁ ଟିକେଟ ଚାହିଦା ବୃଦ୍ଧି
- ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ ଟ୍ୟାକ୍ସି’
- ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ
- ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
- ରାତିରେ ଉପକୂଳରେ ତାଣ୍ଡବ ରଚିପାରେ ବାତ୍ୟା: ସମୁଦ୍ର ଯିବାକୁ ବାରଣ, ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍ରେ
- Asian Games 2026 badminton:ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ;୪୦ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଏଭଳି ଘଟିଲା…
- ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇପିଏଲ୍ ଅକ୍ସନ୍
- ୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ କରୁଛି ଦିୱାନା

Comments are closed.