Latest Odisha News

BREAKING NEWS

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହିଳା ସମାବେଶ ଆରମ୍ଭ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ଠାରୁ ମହିଳା ସମାବେଶ ଆରମ୍ଭ ହୋଇଛି ।

ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାବେଶ ସେପ୍ଟେମ୍ବର ୩୦ ତାରିଖରେ ସମାପ୍ତ ହେବ । ଏହି ସମାବେଶ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଳକ, ପଞ୍ଚାୟତ ତଥା ୱାର୍ଡ଼ସ୍ତରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

“ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯୋଗୁଁ ମହିଳାମାନେ କିପରି ଉପକୃତ ହୋଇପାରୁଛନ୍ତି ଏହି ସମାବେଶର ମୁଖ୍ୟ ଆଭିମୁଖ୍ୟ,” ବୋଲି ବିଜେଡ଼ି ରାଜ୍ୟ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ରାଜ୍ୟର ସମସ୍ତ ମହିଳା ମାନଙ୍କୁ ଏହି ସମ୍ପର୍କରେ ଅବଗତ କରାଯାଇ ସେମାନଙ୍କଠାରୁ ମଧ୍ୟ ଏନେଇ ମହିଳାମାନଙ୍କଠାରୁ ବିଭିନ୍ନ ପରାମର୍ଶ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବଂ ‘ଖାଦ୍ୟ ସୁରକ୍ଷା ଯୋଜନା’ ସମ୍ପର୍କରେ ଦଳ ପକ୍ଷରୁ ମହିଳା ମାନଙ୍କୁ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି”ବୋଲି ବିଜେଡ଼ି ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଜଣାଇଛନ୍ତି ।

ସେ ମଧ୍ୟ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ମହିଳାମାନଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ସମ୍ପର୍କରେ ଦଳ ପକ୍ଷରୁ ମହିଳାମାନଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.