କଟକ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିନ୍ତ କୋଇଲିରୁ ହଟଲା କଂଟେନମେଂଟ ଜୋନ୍ କଟକଣା । ଏହି ଅଂଚଳକୁ ଅବରୋଧ ମୁକ୍ତ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ ।
ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳକୁ ଯାଇଥିବା କାରଣରୁ ଏହି ଦୁଇ ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଅନ୍ୟପଟେ କଟକ ବକ୍ସି ବଜାର ଅଂଚଳରେ ଲାଗୁ ହୋଇଥିବା କଂଟେନମେଂଟ୍ ଜୋନ୍ କଟକଣା ମଧ୍ୟ ହଟିଛି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବକ୍ସିବଜାର ନିକଟ ପଟାପୋଲ ଅଂଚଳରୁ କଟକଣା ହଟାଯାଇଛି ।
କିଛି ଦିନ ତଳେ କଟକର ବକ୍ସିବଜାର ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ ହସପିଟାଲରେ ଭର୍ତି କରାଯିବା ସହ ଚିକିତ୍ସା କରାଯାଇଥିଲା । ଏହାପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇ ସିଲ କରାଯାଇଥିଲା।
BREAKING NEWS
- Owaisi slams Elon Musk: ‘ଗୋରା ଆସି ଭାରତକୁ ନିର୍ଦ୍ଦେଶ ଦେଇପାରିବନି…’, ମସ୍କଙ୍କୁ ଓୱେସୀଙ୍କ ଟାର୍ଗେଟ୍, ମୋଦୀଙ୍କୁ କହିଲେ ‘ବାଏ ବାଏ’ କୁହନ୍ତୁ…
- OCI Card: ଦେଶରୁ ବିଦେଶୀ ନାଗରିକଙ୍କୁ ଜୋରଜବରଦସ୍ତି ବାହାର କରାଯାଇପାରିବ କି? ପ୍ରତିବାଦରେ କ’ଣ ହୋଇପାରିବେନି ସାମିଲ୍? କ’ଣ କହୁଛି ନିୟମ…
- Durga Puja Toranas: ମାଆ ଆସୁଛନ୍ତି…ଦେଶୀ ବିଦେଶୀ କଳାକୃତିରେ ଝଲସୁଛି ତୋରଣ, ଭୁବନେଶ୍ୱରରେ ଜମିଲାଣି ଦୁର୍ଗାପୂଜାର ମାହୋଲ!
- ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା
- Mother of All Bombs: ଇରାନକୁ ଡରାଇବାକୁ ଟ୍ରମ୍ପଙ୍କ ମହାବିନାଶୀ ବୋମା ପ୍ଲାନ୍! ଗୋଟିଏ ବୋମାରେ ଥରିବ ତେହେରାନ?
- ୨୪ ବର୍ଷର ଶାସନଠାରୁ ବିରୋଧୀ ଦଳ ନେତା: ୮୦ ବର୍ଷ ବୟସରେ ବି ଅପରାଜେୟ ନବୀନଙ୍କ ଲୋକପ୍ରିୟତା
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI

Comments are closed.