Latest Odisha News

BREAKING NEWS

ଦିଲ୍ଲୀ ପୋଲିସକୁ ଉୁରୁଗୁଏ ମହିଳାଙ୍କ ଖୋଲା ଚ୍ୟାଲେଂଜ !

ନୂଆଦିଲ୍ଲୀ: ଶନିବାର ଜଣେ ଉୁରୁଗୁଏ ମହିଳା ଦିଲ୍ଲୀ ପୋଲିସକୁ କରିଥିଲେ ଖୋଲା ଚ୍ୟାଲେଂଜ । ମାସ୍କ ପିନ୍ଧିବା ନେଇ ପୋଲିସ ପରାମର୍ଶ ଦେଇଥିଲା । ହେଲେ ପୋଲିସର କଥା ଶୁଣିବା ବଦଳରେ ମହିଳା କରିଥିଲେ ଓଲଟା ଭାଷଣବାଜି ।

ଦିଲ୍ଲୀ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଶନିବାର ପ୍ରାୟ ସଂଧ୍ୟା ୬.୩୦ ମିନିଟରେ ଉୁରୁଗୁଏର ଜଣେ ମହିଳା ବସନ୍ତ ବିହାର ଅଂଚଳରେ ବିନା ମାସ୍କରେ ସାଇକେଲିଂ କରୁଥିଲେ । ଏ ନେଇ ଏକ ପେଟ୍ରୋଲିଂ ଟିମ୍ ତାଙ୍କୁ ଅଟକାଇ ନିୟମ ମାନିବାକୁ କହିଥିଲେ ।

ହେଲେ ମହିଳା ଜଣକ ପୋଲିସଙ୍କ କଥା ମାନିବା ବଦଳରେ ତାଙ୍କ ନାଁ ଲେଖିରଖିଥିଲେ । ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ପରିଚୟ ଆନା ଭ୍ୟାଲେଣ୍ଟିନା ଓଭିସ୍ପୋ । ସେ ଉୁରୁଗୁଏ ଦୂତାବାସରେ ମୁଖ୍ୟ ଶାସନ ପ୍ରବନ୍ଧକ ଭାବେ କାର୍ଯ୍ୟରତ ।

ଏହି ସମସ୍ତ ଘଟଣାକୁ ରେସିଡେଣ୍ଟ ୱେଲ୍‌ଫେୟାର୍ ଆସୋସିଏସନ୍‌ର ଜଣେ ସଦସ୍ୟ ଭିଡିଓରେ କଏଦ କରିଥିଲାବେଳେ ଦିଲ୍ଲୀ ପୋଲିସ ଘଟଣାକୁ ନେଇ ଉୁରୁଗୁଏ ଦୂତାବାସକୁ ଚିଠି ଲଖିଛି ।

Leave A Reply

Your email address will not be published.